Type Here to Get Search Results !

ମିଶନ ଆଶ୍ରାରେ ଦିପାବଳୀ ଉପଲକ୍ଷେ ନିଆରା କାର୍ଯ୍ୟକ୍ରମ


ତାଳଚେର :-

ଯେଉଁ ମାନଙ୍କୁ ନିଜ ଘର ଲୋକ ଘରେ ରଖିବାକୁ ଚାହାନ୍ତିନି ସେମାନଙ୍କୁ ପରିବାରର ବୋଝ ବୋଲି ଭାବନ୍ତି, ସେହି ଭଳି ମାନସିକ ଅନଗ୍ରସର ବିକୃତ ମହିଳାଙ୍କ ସୁସ୍ଥ କରିବାର ଦାଇତ୍ୟ ଆପଣେଇ ନେଇଛି ତାଳଚେର ଚମ୍ପlପସି ରୋଡ଼ ଠାରେ ଥିବା ମିଶନ ଆଶ୍ରା । ଏହିଠାରେ ୬୦ ଜଣ ମାନସିକ ଅନଗ୍ରସର ବିକୃତ ମହିଳା ମାନଙ୍କୁ ସୁସ୍ଥତା ଆଡ଼କୁ ନେଇଯିବା ପାଇଁ ଅନେକ ପ୍ରୟାସ କରାଯାଇଥାଏ ।ସେହି ପରିପ୍ରେକ୍ଷୀରେ ମାନସିକ ବିକୃତ ମହିଳାମାନଙ୍କ ଦ୍ୱାରା ନିଆରା ଢ଼ଙ୍ଗରେ ଦିପାବଳୀ ଉତ୍ସବ ପାଳନ ହୋଇଯାଇଥିଲା। ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ତାଳଚେର ଉପଜିଲ୍ଳାପାଳ ପ୍ରଦୀପ ପ୍ରଜ୍ଜଳନ କରି ଏହାର ଶୁଭଉଦଘାଟନ କରିଥିଲେ । ମାନସିକ ବିକୃତ ମହିଳାମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବାପାଇଁ ଏହା ଏକ ପ୍ରୟାସ ବୋଲି ଉପଜିଲ୍ଳାପାଳ ପ୍ରକାଶ କରିଥିଲେ । ତେବେ ଏମାନଙ୍କୁ ନେଇ ବିଭିନ୍ନ ଭଜନ ସମାରୋହ ଆୟୋଜନ କରାଯାଇଥିଲା । ସେମାନେ ନିଆରା ଢ଼ଙ୍ଗରେ ନାଚ ପ୍ରଦର୍ଶନ କରି ଏକ ଦୀପାବଳୀ ଖୁସିର ମାହୋଲ ସୃଷ୍ଟି କରିଥିଲେ । ପିପୁଲସ୍‌ଫର୍ମର ପ୍ରୋଗ୍ରାମ ମ୍ୟାନେଜର ସଞ୍ଜୟ ଜେଠୀ, ଅନ୍ନପୂର୍ଣ୍ଣା ଫାଇନାନ୍ସ ଷ୍ଟାପ୍ , ସମାଜସେବୀ ଓ ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଅନୁଗୁଳ ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.