Type Here to Get Search Results !

ଗୋଷ୍ଟାଷ୍ଟମୀ ଅବସରରେ ଗୋ ପୂଜନ କାର୍ଯ୍ୟକ୍ରମ



ଧାମନଗର :- 

ଉତ୍କଳ ଯାଦବ ମହାସଭା ଧାମନଗର ବ୍ଲକ ଶାଖା ପକ୍ଷରୁ ଗୋଷ୍ଟାଷ୍ଟମୀ ଅବସରରେ ଏକ ବିଶାଳ ଗୋ ପୂଜନ କାର୍ଯ୍ୟକ୍ରମ ଅସୁରାଳି ଷ୍ଟ୍ରକ୍ଚର ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା।ପ୍ରାରମ୍ଭରେ ସ୍ଥାନୀୟ ଅଞ୍ଚଳରୁ ଆସିଥିବା ଶତାଧିକ ଗୋ-ମାତାଙ୍କୁ ପାରମ୍ପରିକ ରୀତିରେ ବନ୍ଦାପନା ଓ ପୂଜାର୍ଚ୍ଚନା କରାଯିବା ପରେ ସେମାନଙ୍କୁ ଖାଦ୍ୟ ପରିବେଷଣ କରାଯାଇଥିଲା।ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ପ୍ରମୂଖ କାର୍ଯ୍ୟକର୍ତା ପ୍ରଦୀପ କୁମାର ବାରିକ ଗୋ ପୂଜା କରିଥିଲେ।ଏହି ଅବସରରେ ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ ସମସ୍ତ ଗୋରୁଙ୍କ ଚିକିତ୍ସା କରାଯାଇ ଔଷଧ ବିତରଣ କରଯାଇଥିଲା।ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସକ ଡା ଦିଗବିଜୟ ଗିରି,ପ୍ରାଣୀଧନ ନିରୀକ୍ଷକ ବିଜୟ କୁମାର ସାହୁ,ସୁଶାନ୍ତ କୁମାର ନାୟକ,ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ପରେ ଯାଦବ ମହାସଭା ଧାମନଗର ବ୍ଲକ ସଭାପତି ସୁବାସ ଚନ୍ଦ୍ର ବାରିକଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଯୁବ ଯାଦବ ମହାସଭାର ଜିଲ୍ଲା ସଭାପତି ସାମ୍ବାଦିକ ରବି ନାରାୟଣ ଖିଲାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯାଦବ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ।ବ୍ଲକ ସମ୍ପାଦକ ନାଟ୍ୟକାର କୂଳମଣି ବେହେରା,ମାଧବାନନ୍ଦ ଖଟୁଆ,ନାରାୟଣ ବାରିକ,ଗୌରୀଶ୍ୟାମ ପରିଡ଼ା,ରବିନ୍ଦ୍ର ନାଥ ଦାସ,ରବୀନ୍ଦ୍ର ମହାକୁଡ଼,ଅଶୋକ ଦାସ,ସାନନ୍ଦ ବେହେରା,ଜଗନ୍ନାଥ ବେହେରା,ସନ୍ତୋଷ ଦାସ,ରଞ୍ଜନ ବେହେରା,ରାଜୀବ ଲୋଚନ ଦାସ,ବିଷ୍ଣୁ ମୋହନ ପଲେଇ,କ୍ଷେତ୍ରବାସୀ ବାରିକ,ମାନଗୋବିନ୍ଦ ଦାସ,ଅଭିଜିତ ପୁଣ୍ଟିଆ,ଅମର ବେହେରା,ଖଗେଶ୍ବର ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.