Type Here to Get Search Results !

ଜିଲ୍ଲାସ୍ତରୀୟ ଖରିଫ ଧାନକିଣା ପ୍ରସ୍ତୁତି ବୈଠକ : ନଭେମ୍ବର ୨୯ରୁ ଆରମ୍ଭ ହେବ ଧାନ କିଣା

ବଲାଙ୍ଗିର :- 

ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଖରିଫ ଧାନକିଣା ପ୍ରସ୍ତୁତି ବୈଠକ 11,30ସମୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଖରିଫ ଋତୁ ପାଇଁ ଆସନ୍ତା ୨୯ ନଭେମ୍ବରରୁ ଜିଲ୍ଲା ତମାମ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବା ନେଇ ସର୍ବ ସମ୍ମତି ପ୍ରକାଶ ପାଇଛି । ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ପାଟଣାଗଡ ବିଧାୟକ ସରୋଜ ମେହେର, ସାଂସଦ ପ୍ରତିନିଧି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ଲୋଇସିଂହା, ଟିଟିଲାଗଡ ବିଧାୟକଙ୍କ ପ୍ରତିନିଧି, ସଇଂସଦ ପ୍ରତିନିଧି, ପାଟଣାଗଡ ଓ ଟିଟିଲାଗଡ ଉପଜିଲ୍ଲାପାଳ ସମେତ । ଯୋଗାଣ, କୃଷି, ସମବାୟ, ଏଫ୍‌ସିଆଇ, ଚାଷୀ ପ୍ରତିନିଧି, ମିଲ ମାଲିକମାନେ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରୁ, ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଗତ ୩ ବର୍ଷ ହେଲା ବଲାଙ୍ଗିର ଜିଲ୍ଲାରେ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଚାଷୀଙ୍କ ଠୁ ଆଉ ଧାନ କିଣୁ ନଥିବା ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତିବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏଣୁ ଏଫ୍‌ସିଆଇ ଅଧିକାରୀ ନିଶ୍ଚିତ ଭାବରେ ଅଦାଲତ ଅବମାନନା ଅଭିଯୋଗର ସମ୍ମୁଖୀନ ହେବେ ବୋଲି ଶ୍ରୀ ମିଶ୍ର କହିଥିଲେ ସେ ଆହୁରି କହିଥିଲେ ଯେ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଧାନ କିଣା କେଉଁମାନେ କିଣିବେ । ଧାନକିଣାରେ ମିଲର୍ସଙ୍କ ଭୂମିକା, ଧାନିକିଣା ଜାଗାରେ ଚାଷୀ ସମ୍ମୁଖିନ ହେଉଥିବା ଅଭାବ ଅସୁବିଧା ସମାଧାନ ପାଇଁ ଆଜି ନିଷ୍ପତ୍ତି ନିଆଯିବ । ମାତ୍ର ଦୁଃଖର ବିଷୟ ଯୋଗାଣ ଅଧିକାରୀଙ୍କ ବିବରଣୀ କହୁଛି ଯେ, ଧାନକିଣାକୁ ନେଇ ଅନେକ କିଛି ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଛି । ତେଣୁ ଏହା ଏହି ବୈଠକରେ ଉପସ୍ଥିତ ଲୋକ ପ୍ରତିନିଧି ଓ ସଦସ୍ୟମାନେ କଣ ରବର ଷ୍ଟାମ୍ପ ବୋଲି ସେ ପ୍ରଶ୍ନ କରିବା ସହ ଏହି ଘଟଣାକୁ ମୁଁ ବିରୋଧ କରୁଛି ବୋଲି ସ୍ପଷ୍ଟ ଭାବେ ଲିପିବଦ୍ଧ କରାଯାଉ ବୋଲି କହିଥିଲେ । ସେହିପରି ପାଟଣାଗଡ ବିଧାୟକ ସରୋଜ ମେହେର କହିଥିଲେ ଯେ, ଧାନ କିଣା ସମୟରେ ମିଲର୍ସମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି । ପ୍ୟାକ୍ସମାନଙ୍କରେ ଧାନ ସଂଗ୍ରହ ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଚାଷୀମାନଙ୍କ ଧାନ ଚୋରି ମଧ୍ୟ ହେଉଥିବା ଅଭିଯୋଗ ହେଉଛି । ତେଣୁ ଧାନକିଣା ପ୍ରକ୍ରିୟା ଶତ ପ୍ରତିଶତ ସିସି ଟିଭି ଦ୍ୱାରା ରେକର୍ଡ ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ବିଧାୟକ ପ୍ରତିନିଧିମାନେ କଟନି ଛଟନି, ଧାନର ମାନ, ସଂଗ୍ରହର ବ୍ୟବସ୍ଥା, ଚାଷୀଙ୍କ ପାଇଁ ସୁବିଧା, ଧାନବସ୍ତାକୁ ନେଇଥିବା ସମସ୍ୟା ଉପରେ ପ୍ରଶାସନ ଠିକ୍‌ ହିସାବରେ ଚାଷୀଙ୍କ ହିତରେ କାମ କରୁ ବୋଲି ମତ ରଖିଥିଲେ । ଉପସ୍ଥିତ ସିଏସଓ ଓ ଏଆରସିଏସ୍‌ ଉକ୍ତ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାର ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏଵର୍ଷ ବଲାଙ୍ଗୀର ଜିଲ୍ଲାରେ 26555(ଛଵିଶହଜାର ପାନ୍ଚଶହ ପନ୍ଚାଵନ )ଜଣ ଚାଷୀ ପଞିକୃତ ହୋଇଛନ୍ତି ଵିଭିନ ପେକ୍ସ ଓ ଏସ,ଏଚ,ଜି ମାଧ୍ୟମରେ, ନଭେମ୍ବର 29 ରୁ 158 ଟି ପେକ୍ସ ଓ 14ଟି ଏସ,ଏଚ,ଜି,ମାଧ୍ୟମରେ ଧାନ କିଣା ଆରମ୍ଭ କରାଯିବ,ଏଵର୍ଷ ସାଧାରଣ ଏଫେ,ଏ, କ୍ୟୁ ଧାନ ର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି 1940 ଓ ଗ୍ରେଡ, ଏ, ଏଫେ,ଏ,କ୍ୟୁ,ଧାନ ର ମୁଲ୍ୟ କୁଇଣ୍ଟାଲ ପ୍ରତି 1960 ଧାର୍ଯ୍ୟ କରାଯାଇଛି ସର୍ଵ ସମତି କ୍ରମେ, ଧାନ କ୍ର ୟ, ବିକ୍ରୟ ସୁଚନା ସମନ୍ଧ୍ୟିୟ ସଚେତନତା ପାଇଁ ଆର, ଏମ,ସି,ସମ୍ପାଦକମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପରେ ପରେ ଆସନ୍ତା ନଭେମ୍ବର ୨୯ ତାରିଖରୁ ଧାନ କିଣା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା ଘୋଷଣା କରିଥିଲେ । ଶେଷରେ ଶ୍ରୀ ଵିକ୍ରମ ମାଝି ଜିଲ୍ଲା ଯୋଗାଣ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.