ଗୋଣ୍ଡୱନା ଗୋଁଣ୍ଡ ମହାସଭା ଓ ସର୍ବ ଆଦିବାସୀ ସମାଜ
ଝାରସୁଗୁଡା :-
ଝାରସୁଗୁଡା ଏସ୍ ପି ବିକାଶ ଚନ୍ଦ୍ର ଦାସ ଆଦିବାସୀ ମହିଳା ମାନଙ୍କ ବିରୋଧରେ ଆଣିଥିବା ଅଭିଯୋଗ ଉପରେ ଗୋଣ୍ଡୱନା ଗୋଁଣ୍ଡ ମହାସଭା ଓ ସର୍ବ ଆଦିବାସୀ ସମାଜ ମିଳିତରେ ଏକ ସମିକ୍ଷା ବୈଠକ ଅନଲାଇନ ମାଧ୍ୟମରେ ହୋଇଥିଲା। ଆଗରୁ ଏହି ବାବଦରେ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଦେଇଥିବା ଦାବିପତ୍ର ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କଣ ପଦକ୍ଷେପ ନିଆଗଲା ଜାଣିବା ପାଇଁ ସମ୍ମିଳିତ ଆଦିବାସୀ ସମାଜର ଏକ ପ୍ରତିନିଧି ଦଳ ସମାଜର ସଭାପତି ମାଧବ ସିଂହ ନାଏକଙ୍କ ନେତୃତ୍ୱରେ ଭେଟିବା ପାଇଁ ତାଙ୍କ ଅଫିସ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ପାଞ୍ଚଘଣ୍ଟା ଅପେକ୍ଷା କଲେ ମଧ୍ୟ ଜିଲ୍ଲାପାଳ ଭେଟ ହୋଇନଥିଲେ। ପ୍ରାୟ ରାତି ୮ଟା ଜିଲ୍ଲାପାଳ କାର୍ଯ୍ୟାଳୟରୁ ବାହାରି ଯିବା ସମୟରେ ରାସ୍ତା ଅବରୋଧ କରି ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ବାବଦରେ ଜାଣିବା ପାଇଁ ପଚାରି ଥିଲେ। ଚିରାଚରିତ ରାଜନୈତିକ ଢଙ୍ଗରେ ଜିଲ୍ଲାପାଳ କହିଥିଲେ ଯେ ହଁ ଦେଖିବା ଏସ୍ ପି ମହୋଦୟ ଙ୍କୁ କହିଛି । ଏହା ତାଙ୍କର କହିବା ଠିକ ହୋଇନାହିଁ ବୋଲି ଉତ୍ତର ଦେଇଥିଲେ। ଏହି ଭଳି ଉତ୍ତର ଜିଲ୍ଲାପାଳ ଭଳି ପଦମର୍ଜାଦା ସମ୍ପନ୍ନ ପଦବୀ ଠାରୁ ଶୋଭା ପାଉନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସମିକ୍ଷା ବୈଠକରେ ଆଦିବାସୀ ମହିଳା ମାନଙ୍କୁ ଅସମ୍ମାନ କରି କହିଥିବା ଆଦିବାସୀ ମହିଳା ମାନେ ପଇସା ପାଇଁ ଆଟ୍ରୋସିଟି କେସ କରୁଛନ୍ତି। ଏହା ସମଗ୍ର ଦେଶର ୧୧ କୋଟି ଆଦିବାସୀଙ୍କ ପ୍ରତି ହୀନ ମାନ୍ୟତା ପୋଷଣ କରାଯାଇଛି।
ତେଣୁ ଆସନ୍ତା ତିନି ଦିନ ଭିତରେ ଏସ୍ ପି ଶ୍ରୀଦାସଙ୍କୁ ଗିରଫ କରିବା ପାଇଁ ପ୍ରତି ଥାନାରେ ଏଫ୍ ଆଇ ଆର୍ ଦିଆଯିବ। ଯଦି ନହୁଏ ପରବର୍ତ୍ତୀ ସାତଦିନ ପରେ ପ୍ରତି ଜିଲ୍ଲା ହେଡ଼କ୍ବାଟରରେ ରାଲି କରି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳ, ମାନ୍ୟବର ମୂଖ୍ୟମନ୍ତ୍ରୀ ଓ ଡି ଜି ପୋଲିସକୁ ଶ୍ରୀଦାସଙ୍କୁ ଗିରଫ କରି ଚାକିରୀରୁ ବହିଷ୍କାର କରିବା ପାଇଁ ଅଭିଯୋଗ ପତ୍ର ଦିଆଯିବ ଓ ଶ୍ରୀଦାସଙ୍କୁ ଚାକିରୀରୁ ବହିଷ୍କାର କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।ଏହି ସଭାକୁ ଅଖିଳ ଭାରତୀୟ ଗୋଣ୍ଡୱନା ଗୋଁଣ୍ଡ ମହାସଭା ରାଜ୍ୟ ସଭାପତି ମହେନ୍ଦ୍ର ନାଏକ ପରିଚାଳନା କରିଥିବା ବେଳେ ବିଭିନ୍ନ ଜିଲ୍ଲାର ସଭାପତି ସର୍ବଶ୍ରୀ ଡ଼ମ୍ୱରୁଧର ନାଏକ, ସନ୍ତୋଷ ଭୋଇ, ଶ୍ୟାମସୁନ୍ଦର ଭୋଇ, ଭାଗିରଥି ସିଂହ, ପ୍ରଶନ୍ନ ମାଝୀ, ପଦ୍ମନ ପାତ୍ର, ମହେନ୍ଦ୍ର ମାଝୀ, ମହାସଚିବ ପ୍ୟାରୀମୋହନ ନାୟକ, ରାଜ୍ୟ ସଭାନେତ୍ରୀ ସୁକାନ୍ତିବାଳା ନାୟକ,ଉପ ସଭାନେତ୍ରୀ ଦମୟନ୍ତି ମହାପାତ୍ର, ବୀଣାପାଣି ନାଏକ, ଗଙ୍ଗାଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
ଝାରସୁଗୁଡ଼ା ରୁ ସୁରେଶ କଲତା ଙ୍କ ରିପୋର୍ଟ
