Type Here to Get Search Results !

ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ବିରୋଧରେ ଧାରଣା

 

ତାଳଚେର :-

କେନ୍ଦ୍ର ସରକାରଙ୍କ ଜାଳେଣି ଗ୍ୟାସ ଦର, ଅହେତୁକ ଭାବେ ବୃଦ୍ଧି କରିବା ଏହା ଗରିବ ଲୋକଙ୍କ ରୋଷେଇ ଘର ଉପରେ ଶକ୍ତ ମାଡ ହେଇଛି। 

ଅତି ସୋଚନୀୟ ଅବସ୍ଥାରେ ଗରିବ ଲୋକମାନେ ଆଜି ରୋଷେଇ ଗ୍ୟାସ ଜାଳିବା ,ଏହା ସେମାନଙ୍କ ପାଇଁ ବଡ଼ କଷ୍ଟ ସାଧ୍ୟ ହୋଇପଡିଛି ।

ଏହାର ପ୍ରତିବାଦରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଆହ୍ବାନ କ୍ରମେ ନଗର ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ପୌର ପରିଷଦ ସଂମ୍ମୁଖରେ ଅହେତୁକ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ରର ମୋଦି ସରକାରଙ୍କୁ କଟୁ ଭର୍ଚ୍ଛନା କରାଯାଇଛି ।

ଆୟୋଜିତ ଏହି ପ୍ରତିବାଦ ଭିକ୍ଷୋଭରେ, ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ବିଜେଡି କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବାନାମ୍ବର ଭୁତିଆ,ପୁ .ନଗରପାଳ ପବିତ୍ର ଭୁତିଆ, ନଗରସଭାପତି ଆସିଫ ଖାଁ,ଆଇନଜୀବୀ ଅରବିନ୍ଦ ପଟ୍ଟନାୟକ,ବିଜେଡି ଯୁବ ସଭାପତି ସୁଧୀର କୁମାର ସିଂ ସାମନ୍ତ,ନଗର ବିଜେଡି ସମ୍ପାଦକ ବିରଜା ଶଙ୍କର ମିଶ୍ର,ନଗର ବିଜେଡି ଉପସଭାପତି ଶ୍ରୀ ମାଧବ ଚନ୍ଦ୍ର ମହାରଣା, ଯୁବ ସମାଜସେବୀ ସୁଲେଖ ସେଠୀ,ଵିନୟ କୁମାର ଦାସ ଏବଂ ବିଜେଡ଼ି ମହିଳା ସଙ୍ଘଠନ ର ଶାତାଧିକ ନେତ୍ରୀ, ଗ୍ୟାସ ଦର ବୃଦ୍ଧି ପ୍ରତବାଦ ସ୍ୱରୂପ ଏଠାରେ ଗ୍ୟାସକୁ ସେମାନେ କୋକେଇରେ ଲଦି ଦେଇ କେନ୍ଦ୍ର ସରକାରଙ୍କୁ ନାନା ସମାଲୋଚନା କରିଥିଲେ ।

କେନ୍ଦ୍ର ସରକାର, ତୁରନ୍ତ ଗ୍ୟାସ ଦର ବୃଦ୍ଧି ପ୍ରତ୍ୟାହାର ନକଲେ ଆଗାମୀ ଏହା ଦିନରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ନଗର ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.