ଝୁମ୍ପୁରା :-
ଆଜି ଝୁମ୍ପୁରା ଥାନା ଅନ୍ତର୍ଗତ ମୁରୁସୁଆଁ ନିକଟରେ ଏକ ସଡକ ଦୂର୍ଘଟଣା ରେ ଦୁଇ ଭାଇଙ୍କ ଦୁଇ ପୁତ୍ର ମୃତ୍ୟୁ ବରଣ କରିଛନ୍ତି। ସୂଚନା ମୁତାବକ ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ପଞ୍ଚାୟତ ମାଙ୍କଡିଆ ସାହି ର ଯଜ୍ଞେଶ୍ୱର ମହାନ୍ତ ଙ୍କ ଏକମାତ୍ର ପୁତ୍ର ସୁଶାନ୍ତ କୁମାର ମହାନ୍ତ ଏବଂ ତାଙ୍କ ଭାଇ ମୋଟ ମହାନ୍ତଙ୍କ ଏକମାତ୍ର ପୁତ୍ର ମନୋରଞ୍ଜନ ମହାନ୍ତ କଟଲପଶି ନିକଟ ରାମଚନ୍ଦ୍ରପୁର କୁ ଏକ ସୁଧକ୍ରିୟା କାମରେ ଯୋଗଦେଇ ଫେରୁଥିବା ବେଳେ ମୁରୁସୁଆଁ ନିକଟରେ ଜାତୀୟ ରାଜପଥ ୨୦ ଉପରେ ଛିଡା ହୋଇଥିବା ଏକ ହାଇଓ୍ବା ଟ୍ରକ ସହିତ ଧକ୍କା ଲାଗି ଭାରସାମ୍ୟ ହରାଇ ପିଚୁ ରାସ୍ତା ଉପରେ ପଡିଯିବାରୁ ସେ ଦୁହିଁଙ୍କ ମୁଣ୍ଡ ରେ ମାଡ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘଟଣା ସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣଙ୍କୁ ପ୍ରଥମେ ଝୁମ୍ପୁରା ଏବଂ ତା ପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। କେନ୍ଦୁଝର ମୁଖ୍ୟ ଡାକ୍ତର ଖାନାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିବା ଜଣା ପଡିଛି। କେନ୍ଦୁଝର ଜିଲ୍ଲା ରେ ଖଣିଜ ବ୍ୟବସାୟୀ ମାନେ ମାଲେମାଲ କିନ୍ତୁ ସର୍ବସାଧାରଣ ହେଉଛନ୍ତି ହଇରାଣ। ଧୁଳିଧୁଆଁ ଖାଇ ରୋଗାକ୍ରାନ୍ତ ହେଉଛନ୍ତି ଏବଂ ସଡକ ଦୁର୍ଘଟଣା ରେ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି। କେନ୍ଦୁଝର ଜିଲ୍ଲାରେ ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକ ଗୁଡିକ ପାର୍କିଂ ସ୍ଥଳରେ ଛିଡା ନ ହୋଇ ଏବେ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ଗୁଡିକ ରେ ରାସ୍ତା ପାର୍ଶ୍ଵରେ ଛିଡା ହେଇ ରହୁଥିବାରୁ ପ୍ରତିଦିନ ଅନେକ ଦୁର୍ଘଟଣା ହୋଇ ଅନେକ ମୂଲ୍ୟବାନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ଜନସାଧାରଣ ରେ ଦାବି ହେଉଛି।
କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ
