Type Here to Get Search Results !

ଶିଶୁ ଦିବସରେ "ସୁରଭି ୨୦୨୧" ପାଳିତ

 

ଝାରସୁଗୁଡ଼ା :-

ଶିଶୁ ମାନଙ୍କ ସୃଜନାତ୍ମକ ଗୁଣର ବିକାଶ ପାଇଁ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ସୁରଭୀ-୨୦୨୧" ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ (ସର୍ବ ଶିକ୍ଷା) ଦ୍ଵାରା ଜିଲ୍ଲା ଖଣିଜ ପାଣ୍ଠି ଅଡିଟୋରିୟମ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। ଏଥିରେ ବକୃତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ଓ ପୋଷ୍ଟର ତିଆରି, ଗୀତ ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 


ଏଥିରେ ୫ ଟି ବ୍ଲକ ରୁ ୬୫ ଜଣ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଶ୍ରୀମତୀ ପୁଷ୍ପା ମିଞ୍ଜ, ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ (ସର୍ବଶିକ୍ଷା), ଝାରସୁଗୁଡ଼ା ମୂଖ୍ୟ ଅତିଥି ରୂପେ କାର୍ଯକ୍ରମ ଉଦଘାଟନ କରିଥିଲେ। ଶ୍ରୀ ତପିରାମ ମାଝୀ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଝାରସୁଗୁଡ଼ା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ସୁଶ୍ରୀ ଖୁଲ ଖୁଳନା ସୁନ୍ଦରୀ ବେହେରା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଅଞ୍ଜଳିପ୍ରଭା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.