ତ୍ରିପୁରା :-
ଦୁଇ ମହିଳା ସାମ୍ବାଦିକଙ୍କୁ ତ୍ରିପୁରା ପୋଲିସ ଦ୍ବାରା ସନ୍ଧ୍ୟା ସମୟରେ ଗିରଫ ଘଟଣା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଗତ କାଲି ଠାରୁ ସେମାନଙ୍କ ରହିବା ହୋଟେଲ୍ ଆଗରେ ପୋଲିସ ଜଗି ରହିଥିବା ବେଳେ ଆଜି ସନ୍ଧ୍ୟାରେ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ଆଇଜି ଅରିନ୍ଦମ ନାଥ ସୂଚନା ଦେଇଛନ୍ତି। ଦୁଇ ସାମ୍ବାଦିକା ହେଲେ ଝାରସୁଗୁଡ଼ା ର ଶ୍ରୀମତୀ ସମ୍ରିଦ୍ଧି ସକୁନିଆ ଓ ଦିଲ୍ଲୀ ର ଶ୍ରୀମତୀ ସ୍ଵର୍ଣ୍ଣ ଝା। ସେମାନଙ୍କ ବିରୋଧରେ ମିଛ ରିପୋର୍ଟ ପ୍ରଦାନ କରିବା ସହ ସାମ୍ପ୍ରଦୟିକ ହିଂସାକାଣ୍ଡ କୁ ପ୍ରୋତ୍ସାହନ ନେଇ ପୋଲିସ FIR ଗ୍ରହଣ କରି ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି।
ଅନ୍ୟ ପକ୍ଷରେ, ବିଭିନ୍ନ ମହଲରେ ଏ ଘଟଣା କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମହିଳା ମାନଙ୍କୁ ସୂର୍ଯ୍ୟସ୍ଥ ପରେ ଓ ସୂର୍ଯ୍ୟୋଦୟ ପୂର୍ବରୁ ଗିରଫ କରାଯାଇ ପାରିବ ନାହିଁ ବୋଲି ଆଇନ୍ ଥିବା ବେଳେ ତ୍ରିପୁରା ପୋଲିସ କିଭଳି ଭାବରେ ସୁର୍ଯ୍ୟସ୍ଥ ପରେ ଦୁଇ ମହିଳା ସାମ୍ବାଦିକା ଙ୍କୁ ଗିରଫ କରିଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଘଟଣା ରୁ ପ୍ରକାଶ , ପାନିସାଙ୍ଗର ଅଞ୍ଚଳ ରେ ଥିବା ଏକ ମସଜିଦ ଉପରେ ଅଜଣା ବ୍ୟକ୍ତିଙ୍କ ଆକ୍ରମଣ କୁ ନେଇ ଉପରୋକ୍ତ ଦୁଇ ପତ୍ରକାର ନ୍ୟୁଜ କରିବା ସହ ଏଥିନିମନ୍ତେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ କୁ ଦାୟୀ କରିଥିଲେ। ଏ ନେଇ କାଞ୍ଚନ ଦାସ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଦୁହିଁଙ୍କ ବିରୋଧରେ ଏତଲା ଦେଇଥିଲେ। ସେମାନଙ୍କ ବିରୋଧ ରେ IPC ୧୮୬୦ ଅନ୍ତର୍ଗତ ଧାରା ୧୨୦ ବି, ୧୫୩ଏ ଏବଂ ୫୦୪ ଲାଗିଥିବା ବେଳେ ପୋଲିସ ହାଜତ କୁ ନିଆ ଯାଇଛି। ବ୍ୟୋରୋ ରିପୋର୍ଟ
