ଭଦ୍ରକ :-
ଅଶାନ୍ତ ଭଦ୍ରକକୁ ଶାନ୍ତ କରିବାରେ ଏହି ଦୁଇ ଦକ୍ଷ ପୁଲିସ ଅଫିସର ଏବେ ଚର୍ଚ୍ଚାରେ । ଜଣେ OPS ଅଫିସର ଭାବେ ସାର୍ଥକ ରାୟ ଭଦ୍ରକ SDPO ଦାୟିତ୍ବ ନେବାପରେ ବର୍ଷକ ମଧ୍ୟରେ ଭଦ୍ରକରୁ ଅନେକ ବେଆଇନ କାର୍ଯ୍ୟ ଉପରେ ଲଗାମ ଲଗାଇବା ସହିତ ବ୍ରାଉନସୁଗର ବେପାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି, ଯାହାପାଇଁ ଏବେ ବଦଳିର ଶିକାର ହୋଇଛନ୍ତି । ଅନ୍ୟପଟେ ଜଣେ ଦକ୍ଷ ଓ ଏନକାଉଣ୍ଟର ସ୍ପେସାଲିଷ୍ଟ ଭାବରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଥାନାଧିକାରୀ ଦାୟିତ୍ୱ ତୁଲାଉଥିବା ଆଲୋକ ଜେନା ନିଜ ସକ୍ଷମ ବଳରେ ଅନେକ ଆଶାମୀଙ୍କୁ ଧରିବାରେ ଓ ନିଶା ସାମ୍ରାଜ୍ୟକୁ ଧ୍ଵଂସ କରିବାରେ ଉଦ୍ୟମ ଜାରି ରଖିଛନ୍ତି । ଏବେ ଭଦ୍ରକ ଜିଲ୍ଲାରେ ଚାଲିଥିବା ନିଶା ବେପାର ଓ ବନ୍ଧୁକ ଆତଙ୍କଧାରୀ କୁ କରିଛନ୍ତି ଏନକାଉଣ୍ଟର । ଯାହା ଫଳରେ ଆତଙ୍କ ଖେଳାଉଥିବା ଦୁର୍ବୁତ୍ତଙ୍କ ମଧ୍ୟରେ ଛନକା ପସି ଯାଇଛି। ତେବେ ଭଦ୍ରକ ଜିଲ୍ଲାରେ ଏମାନଙ୍କ ସହିତ ଆହୁରି ଅଧିକ ଦକ୍ଷ ପୁଲିସ ଅଧିକାରୀଙ୍କ ଅଵଶ୍ୟକତା ଥିବାବେଳେ SDPO ଙ୍କୁ ହଟାତ ବଦଳି କାହାରିକୁ ହଜମ ହେଉନାହିଁ। ଅନ୍ୟପଟେ ଭଦ୍ରକ ପାଇଁ ଜରୁରୀ ଥିବା ଦକ୍ଷ ପୋଲିସ ଅଧିକାରୀ ମନୋଜ ରାଉତଙ୍କୁ ଭଦ୍ରକ ସିଟି ଡ଼ିଏସପି ଭାବେ ନିଯୁକ୍ତି କରିବାକୁ ଏବେ ସାଧାରଣ ରେ ଦାବୀ ଜୋର ଧରିଛି ।ଭଦ୍ରକ ରୁ ସେଖ ଅବଦୁଲ ଫିତର ଙ୍କ ରିପୋର୍ଟ
