ତାଳଚେର :-
ଆଜି ଜାତୀୟ ପ୍ରେସ ଦିବସ । ପ୍ରତି ବର୍ଷ ନଭେମ୍ବର ୧୬ ତାରିଖରେ ପାଳନ କରାଯାଏ ।ଏହି ପ୍ରେସ ଦିବସ ରେ କୋଭିଡ କଟକଣା ସମୟରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ୱ ପୂର୍ଣ୍ଣ ରହିଆସିଛି । ମୁକ୍ତ ଗଣମାଧ୍ୟମ ସୁସ୍ଥ ଗଣତନ୍ତ୍ରରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ।ପ୍ରତି ବର୍ଷ ନଭେମ୍ବର ୧୬ ତାରିଖରେ ପାଳନ କରାଯାଏ ଜାତୀୟ ପ୍ରେସ ଦିବସ। ଭାରତୀୟ ପ୍ରେସ ଦୁଆରା ପ୍ରବତି ରିପୋର୍ଟ ର ଗୁଣ ବାତ୍ତା ଉପରେ ନଜର ରଖିବା ପାଇଁ ନଭେମ୍ବର ୧୬-୧୯୬୬ ରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ପ୍ରତିଷ୍ଠା କରାଯାଇଥିଲା । ଏହି ଅବସରରେ ଆଜି ଯୁବରାଜ ହାଇସ୍କୁଲ ଠାରେ ତାଳଚେର ମେଡିଆ ପକ୍ଷରୁ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ବରିଷ୍ଠ ସମାଜ ସେବୀ ବିଭୂତି ସାହୁ , ଓଡିଶା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା , କଂଗ୍ରେସ ନେତା ଶରତ ପ୍ରଧାନ , ପୂର୍ବତନ ନଗରପାଳ କେଶବ ଭୂତିଆ , ବରିଷ୍ଠ ସାମ୍ବାଦିକ ଦେବୀ ପ୍ରସାଦ ମିଶ୍ର , ଶିକ୍ଷା ବିତ ଦେବୀ ମିଶ୍ର , ବିଜେଡି ନଗର ସଭାପତି ଅସିଫା ଖାଁନ , ବ୍ଲକ ଚେୟରମେନ୍ ବୃନ୍ଦାବନ ବେହେରା, ତାଳଚେର ପୌର ନିର୍ବାହୀ ଅଧିକାରିଣୀ ରସ୍ମିରେଖା ଅମାନ୍ତ , ବରିଷ୍ଠ ସାମ୍ବାଦିକ ହିମାଂଶୁ ଗଡନାୟକ, ବିଜେଡି ନେତା ଜ୍ୟୋତି ରଂଜନ ଦାସ ପ୍ରମୁଖ ଉପସ୍ଥିତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ତାଳଚେର ମିଡିଆ ପକ୍ଷରୁ ସଭାପତି ବଜରଙ୍ଗ ଅଗ୍ରୱାଲ,ଉପ ସଭାପତି ପ୍ରଦୀପ କୁମାର ମହାରଣା, ସମ୍ପାଦକ ସୁନୀଲ ମିଶ୍ର ସାମ୍ୱାଦିକ ବିମ୍ବା ମହାପାତ୍ର, ବସନ୍ତ ନାଏକ, ପଦ୍ମନ ଜେନା, ରାକେଶ ପଟ୍ଟନାୟକ, ଦେବାଶିଷ ପରିଡ଼ା ଗାଣ୍ଡୁ ପରିଡ଼ା, ହରେକୃଷ୍ଣ ମହାପାତ୍ର, ଆଦିତ୍ୟ ମହାପାତ୍ର ପ୍ରମୁଖ ଯୋଗଦେଇ ସାହାଯ୍ୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ସମାଜସେବା କରୁଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ କବୀୟତ୍ରି ରତ୍ନପ୍ରଭା ବାଇ, ନାରୀ ନେତ୍ରୀ ସୋଭଗିନି ଦେବୀ , ବରିଷ୍ଠ ଆଇନୀଯିବି ଜମ୍ବେଶ୍ଵର ପଟ୍ଟନାୟକ,ଯୁବ ସାମ୍ୱାଦିକ ସତ୍ୟସମ୍ଭୁ ନାଏକ ,ସମାଜସେବୀ ବାବୁ ସାହୁ , ଯୁବ ନେତା ତଥା ସମାଜସେବୀ ସୁଲେଖ ସେଠୀ, ସାମ୍ୱାଦିକ ବିକାଶ ଚନ୍ଦ୍ର ସାହୁ ତତ୍ ସହିତ ଗରିବ ଲୋକ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।
ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ
