ଭୁବନେଶ୍ୱର :-
ରାଜଧାନୀରେ ଚାଞ୍ଚଲ୍ଯ ଖେଳା ଘଟଣା । ପତ୍ନୀ ଓ ୯ ବର୍ଷର ପୁଅକୁ ତକିଆ ପକାଇ ମାରିଦେଲା ଜଲ୍ଲାଦ ବାପା। ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗ ବିହାରର କେ-୪ ସ୍ଥିତ ପ୍ଲଟ ନଂ ଏଲଆଇଜି - ୩୩୪ରେ। ହତ୍ଯା କରିବା ପରେ ଅଭିଯୁକ୍ତ ବାପା ଅବନ୍ତି ମଙ୍ଗରାଜ ଘଟଣାସ୍ଥଳରରୁ ଫେରାର ହୋଇଯାଇଛି। ତେବେ ପତ୍ନୀ ଓ ପୁଅକୁ ହତ୍ଯା କରିବା ପରେ ଘଟଣା ସମ୍ପର୍କରେ ଶଳାକୁ ମେସେଜ କରି ଅଭିଯୁକ୍ତ ଅବନ୍ତି ଜଣାଇଥିବା ଜଣାପଡିଛି । ଅଭିଯୁକ୍ତର ନିଜ ଘର ନୟାଗଡ ଜିଲ୍ଲାରେ ହୋଇଥିବା ବେଳେ ତାଙ୍କ ପରିବାର ଲୋକେ ଜୟଦେବ ବିହାରରେ ରୁହନ୍ତି।ହତ୍ୟା ର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। ଅନ୍ୟପଟେ କମିଶନରେଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଙ୍କୁ ଖୋଜୁଥିବା ସୂତ୍ର ରୁ ପ୍ରକାଶ । ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ
