Type Here to Get Search Results !

ଭିନ୍ନକ୍ଷମ ଶିକ୍ଷକଙ୍କୁ ଆକ୍ରମଣ ମାମଲା,ଚର୍ଚ୍ଚା ରେ ପୋଲିସ ଅପରାଧୀଙ୍କୁ ସୁରକ୍ଷା ଦେଉଛି ପୋଲିସ !!

ବଲାଙ୍ଗୀର :-

ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଵ୍ଳକର ଵଡଵାହାଲ ଗ୍ରାମର ଭିନ୍ନକ୍ଷମ ଶିକ୍ଷକ କିଶୋର ସାହୁଙ୍କୁ ମରଣାନ୍ତକ ଆକ୍ରମଣ। ଆକ୍ରମଣ ଜଣେ ଭିନ୍ନକ୍ଷମ ଶିକ୍ଷକ କୁ। ମରଣାନ୍ତକ ଆକ୍ରମଣ କରାଯାଇଥିବା ବେଳେ ଆକ୍ରମଣକାରୀ ମାନଙ୍କୁ ପୋଲିସ ଏ ପର୍ଯ୍ୟନ୍ତ ଗିରଫ କରି ପାରି ନାହିଁ । ଏହି ଭିନ୍ନକ୍ଷମ ଶିକ୍ଷକ ବିଷୟ ରେ ଵିଭିନ ପତ୍ର ପତ୍ରିକା ରେ ପ୍ରକାଶ ପାଇଥିଲେ ମଧ୍ୟ ପୋଲିସ ର କାର୍ଯ୍ୟାନୁଷ୍ଠାନ ସୁନ ଅପରାଧୀ କୁ ଘଣ୍ଟ ଘୋଡାଉଛି ପୋଲିସ। ଏଠି ଜନସାଧାରଣ ରେ ପ୍ରଶ୍ନ ଉଠୁଛି ଅପରାଧୀ ମାନେ କହାର ଛତ୍ରଛାୟା ତଲେ ? ଏପରିକି ଭିନ୍ନକ୍ଷମ ଶିକ୍ଷକ ଜଣକ ମାନବାଧିକାର କମିଶନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଫଳ ଶୁନ୍ ହୋଇଛି ।  ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନ୍ତ ଅନ୍ତର୍ଗତ   ବଡବାହାଲ ଗ୍ରାମର ଏହି ଭିନ୍ନକ୍ଷମ ଶିକ୍ଷକ କିଶୋର କୁମାର ସାହୁ(୩୫)ଙ୍କୁ ବାଇକ୍ ରେ ତୁଷୁରା ଯାଉଥିବା ସମୟରେ ଗ୍ରାମର କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ ।  ତେବେ ଏ ସଂକ୍ରାନ୍ତରେ ଭିନ୍ନକ୍ଷମ ଶିକ୍ଷକ ଜଣକ ତୁଷରା ଥାନରେ ଲିଖିତ ଅଭିଯୋଗ କରିଥିଲେ । ଏହା ହେଉଛି ଗତ ମେ ମାସର ଘଟଣା । ଆଜକୁ ଦୀର୍ଘ ୬ ମାସ ହେଲା ଏ ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି । ଭିନ୍ନକ୍ଷମ ଶିକ୍ଷକ ଜଣକ  ପୋଲିସ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏପରିକି ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋ ସାରିଲେଣି । କୁଆଡେ ପୋଲିସ ଅପରାଧୀ ମାନଙ୍କୁ ଘଣ୍ଟ ଘୋଡାଉ ଥିବା ଅଭିଯୋଗ ହେଉଛି । ତେଣୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ,ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ପୋଲିସ ର କାର୍ଯ୍ୟ ଳାପ ନେଇ ଭିନ୍ନକ୍ଷମ ଶିକ୍ଷକ କିଶୋର ସାହୁ ଙ୍କର ପରିବାର ମାନସିକ ଭାରସାମ୍ୟ ହରାଇ ଵସିଲେଣି,ଆଗାମୀ ଦିନରେ ନ୍ୟାୟ ନପାଇଲେ ପରିବାର ପକ୍ଷରୁ ଜିଲ୍ଲା ପାଳ ଙ୍କର ଅଫିସ ସାମାନା ରେ ଧାରଣା ଦେଵେ ଵୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କର ଆଗରେ ପ୍ରକାଶ କରିଛନ୍ତି ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ ।  

Post a Comment

0 Comments
* Please Don't Spam Here. All the Comments are Reviewed by Admin.