ଝାରସୁଗୁଡ଼ା :-
ଝାରସୁଗୁଡ଼ା ଜିଲ୍ଲା ବାଲିଯୋରି ସ୍ଥିତ ଅଙ୍ଗନବାଡି କେନ୍ଦ୍ର ରେ ନନ୍ଦଘର ପରିଯୋଜନା, ବେଦାନ୍ତ ପକ୍ଷରୁ ଶିଶୁ ଦିବସ ଅବସରରେ ଶିଶୁଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଉକ୍ତ ଟ୍ରଷ୍ଟ ର କ୍ଲଷ୍ଟର ମୁଖ୍ୟ ଅସ୍ମିତା ତିୱାରୀ, ଜିଲ୍ଲା ସଂଚାଳକ ଜି ପି ବାବୁ, ଅଙ୍ଗନବାଡି କେନ୍ଦ୍ରର କର୍ମଚାରୀ, ଛାତ୍ରଛାତ୍ରୀମାନେ ତଥା ସ୍ଥାନୀୟ ଅଭିଭାବକ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂସ୍ଥା ପକ୍ଷରୁ ଶିଶୁ ଦିବସ ଅବସରରେ ସମୁଦାୟ ୪୪ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵିଟର୍, ମୋଜା ଜୋତା ଆଦି ସାମଗ୍ରୀ ବଣ୍ଟନ କରାଯାଇଥିଲା। ଶିଶୁ ମାନେ ଆଗାମୀ ଦେଶର ଭବିଷ୍ୟତ । ତେଣୁ ସେମାନଙ୍କ ଯତ୍ନ ନେବା ଆମ କର୍ତ୍ତବ୍ୟ ବୋଲି କହିଥିଲେ କ୍ଲଷ୍ଟର ମୁଖ୍ୟ ଅସ୍ମିତା ତିୱାରୀ। ଝାରସୁଗୁଡ଼ା ରୁ ସୁରେଶ୍ କଲତ ଙ୍କ ରିପୋର୍ଟ।
