ବଲାଙ୍ଗିର :-
ବଲାଙ୍ଗିର ସହର ମଧ୍ୟରେ ଥିବା ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପଛପଟେ ଏକ ଅର୍ଦ୍ଧଦଗ୍ଧ ଯୁବକଙ୍କ ମୃତ୍ୟୁ ଦେହ ଠାବ ହୋଇଛି । ଶରୀରଟି ମୁହଁ ମାଡି ପଡିଥିବାରୁ ପରିଚୟ ମିଳିପାରିନାହିଁ । ତାଙ୍କୁ ମାରି ପେଟ୍ରୋଲ ପକାଇ ପୋଡା ଯାଇଥିବା ଅନୁମାନ କରାଯାଉଛି ।ବଲାଙ୍ଗୀର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଶ୍ବ ବିଦ୍ୟାଳୟ ପଛ ପାଖ ପାଚେରୀ କିଛି ଭାଙ୍ଗିଥିବାରୁ ବଲାଙ୍ଗୀର ପୋଲିସ କ୍ୟାମ୍ପସ ପଛ ଜଙ୍ଗଲରେ ବୁଲି ତଦନ୍ତ କରୁଛି । ଏପର୍ଯ୍ୟନ୍ତ କୋୖଣସି କାରଣ ଜଣାପଡିନାହିଁ ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁ ଙ୍କ ରିପୋର୍ଟ। ।
