Type Here to Get Search Results !

କଲ୍ୟାଣୀ ଠାରେ ମହିମା ଧର୍ମର ଅଖଣ୍ଡ ନାମ ଯଂଜ୍ଞ ଅନୁଷ୍ଠିତ


ଧାମନଗର :-

               ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବ୍ଲକ ଠାରେ ଥିବା କଲ୍ୟାଣୀ ଗ୍ରାମ ରେ ଆଜି ପବିତ୍ର ପଞ୍ଚକ ଉପଲକ୍ଷେ ଏଠାରେ ମହିମା ଧର୍ମର ବାର୍ଷିକ ଧ୍ୱନି ଓ ଅଖଣ୍ଡ ନାମ ଯଂଜ୍ଞ ଅହରହ ଦେଖିବାକୁ ମିଳିଛି. ଅନେକ ସାଧୁ ସନ୍ତ ଗଣ ଏହି ଅଖଣ୍ଡ ଯଂଜ୍ଞ ରେ ଭାଗ ନେଇଥିଲେ ଏହି ଅଖଣ୍ଡ ଯଂଜ୍ଞ ସତ୍ୟ ନ୍ୟାୟ ଶାନ୍ତି ଉପରେ ପ୍ରତିଷ୍ଠା କରାଯାଇ ଥାଏ. ଏହି ମାନବ ସମାଜ ର କଲ୍ୟାଣ ନିମନ୍ତେ ମହିମା ଧର୍ମର ଲକ୍ଷ ସାଧନ ତଥା ବିଶେଶ୍ୱତ ନିହିତ ଅଛି. ମହିମା ଧର୍ମ ଏକ କାଳଜୟୀ ବିଶ୍ୱ ଧର୍ମ. ସାର୍ବଜନୀନ ଚିନ୍ତା ଓ ଚେତନାରେ ଉର୍ଦ୍ଧରେ ଏହି ଧର୍ମ. ସଂକୀର୍ଣ୍ଣତା ଅଂଜ୍ଞତା କୁସଂସ୍କାର ଓ ଆବର୍ଜନା ବିରୁଦ୍ଧରେ ଏହାର ଅନ୍ତର୍ନିହିତ ଦର୍ଶନ ସ୍ୱର ଉତ୍ତଳୋନକରି ବିଶ୍ୱଶାନ୍ତି ସହଂତି ଓ ଭାତୃତ୍ୱକୁ ଆଲିଙ୍ଗନ କରିଛି ଏହି ଧର୍ମ. ଏକେଶ୍ୱର ବ୍ରହ୍ମବାଦର ପୁନଃ ସଂସ୍ଥାପନ କରିବା ହେହୁଛି ଏହି ଧର୍ମର ଅନ୍ତଃସ୍ୱର. ପ୍ରଭୁଙ୍କର ସୁଭାଶିବାର୍ଦ ଲାଭ କରି ସନ୍ଥ କବି ଭୀମ ଭୋଇ ପର୍ଯ୍ୟାପ୍ତ ପରିମାଣର ଆଧ୍ୟାତ୍ମିକ ଚେତନା ସ୍ୱମ୍ବଳିତ ଭଜନ ଜଣାଣ ଚଉତିଶା ରଚନା କରି ମହିମା ଧର୍ମ ଦିବ୍ୟ ଦର୍ଶନ କୁ ଉଭାଷିତ କରିଛନ୍ତି ଏହି ଧ୍ୱନି ଯଂଜ୍ଞ ରେ "ବାବା ଦିନ ବନ୍ଧୁ ଦାସ. ବାବା ପଦ୍ମଲାଭ ପରିଡା.ମାତା ସୁଭଦ୍ରା. ବାବା ଉମେଶ ଚନ୍ଦ୍ର ସାହୁ. ବାବା ଧୃବାନନ୍ଦ ଦାସ. ବାବା ମହେଶ୍ୱର ଦାସ. ବାବା ସୂର୍ଯ୍ୟମଣି ଦାସ ଓ ସମସ୍ତ ଗ୍ରାମବାସୀ ଗଣ ଏହି ଯଂଜ୍ଞ ରେ ସହଯୋଗର ହାତ ବଢ଼ାଇ ଥିବାର ଦେଖା ଦେଇଛି। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.