Type Here to Get Search Results !

ରନ୍ଧନ ଗ୍ୟାସ ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜେଡି ତରଫରୁ ଚମ୍ପୁଆ ରେ ବିକ୍ଷୋଭ ଗଣଧାରଣା

 

ଚମ୍ପୁଆ :-

ରନ୍ଧନ ଗ୍ୟାସ ର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ବିଜୁମହିଳା, ଯୁବ ଏବଂ ଛାତ୍ର ସଂଗଠନ ତରଫରୁ ବ୍ଲକ ଏବଂ ପୌରାଞ୍ଚଳ କାର୍ଯାଳୟ ସମ୍ମୁଖରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଡାକରା ଦେଇଥିବା ନେଇ ଆଜି ଚମ୍ପୁଆ ବିଜେଡି ତରଫରୁ ଚମ୍ପୁଆ ଏନଏସି ଓ ବ୍ଲକ କାର୍ଯାଳୟ ସମ୍ମୁଖରେ ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚମ୍ପୁଆ ବିଧାୟକ ମୀନାକ୍ଷୀ ମହାନ୍ତଙ୍କ ନେତୃତ୍ୱରେ ବିଜେଡି ଯୁବ, ଛାତ୍ର, ମହିଳା ସଂଗଠନ ପ୍ରଥମେ ଚମ୍ପୁଆ ଏନଏସି କାର୍ଯାଳୟରେ ଏହାର ପ୍ରତିବାଦରେ ନିର୍ବହୀ ଅଧିକାରୀଙ୍କ ମାର୍ଫତରେ ରାଜ୍ୟପାଳଙ୍କୁ ଏକଦାବି ପତ୍ର ପ୍ରଦାନ କରିଥିବା ବେଳେ ତାହାପରେ ସେଠାରୁ ବ୍ଲକ କାର୍ଯାଳୟ ଯାଏଁ ବିକ୍ଷୋଭ ପ୍ରଦର୍ଶନ କରି ଯିବା ସହିତ ସେଠାରେ ବିଡ଼ିଓଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଏହି ଅବସରରେ ଚମ୍ପୁଆ ବିଜେଡି ଯୁବ ସଭାପତି ଟିକୁ ସାହୁ, ଜିଲ୍ଲା ସଂଖ୍ୟା ଲଘୁ ସେଲ ସଭାପତି ନେସାର ହୟାତ, ବ୍ଲକ ବିଜେଡି ସଭାପତି ସରୋଜ ମହାନ୍ତ, ବରିଷ୍ଠ କର୍ମକର୍ତ୍ତା ହବି ଦାସ, ମହମ୍ମଦ ବଡକୁ, ମହମ୍ମଦ ନାନକୁ, ମହମ୍ମଦ ଗୁଡୁ, ଚିତ୍ତ ରଞ୍ଜନ ମହାନ୍ତ, ମହାବୀର ସିଂ, ନର ଦାସ , ମହମ୍ମଦ ମୁସ୍ତାକ ପ୍ରମୁଖ ବିକ୍ଷୋଭ ଓ ଗଣଧାରଣାର ନେତୃତ୍ୱ ନେଇଥିଲେ।

କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀଙ୍କ ରିପୋର୍ଟ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.