Type Here to Get Search Results !

ହେରିଟେଜ ରାଇଡରେ ସାମିଲ ହେଲେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ, ବୁଲି ଦେଖିଲେ ବିଭିନ୍ନ ଐତିହ୍ୟସ୍ଥଳୀ



ପୁରୀ :- 

ହେରିଟେଜ ରାଇଡରେ ସାମିଲ ହେଲେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ । ଏଥିସହ ବିଭିନ୍ନ ଐତିହ୍ୟ ସ୍ଥଳୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ବାଳାଶ୍ରମର ୩୦ ଜଣ ଅନ୍ତେବାସୀ ଗଲ୍ଫକାର୍ଟ ମାଧ୍ୟମରେ ପୁରୀ ପୌରସଂସ୍ଥା ଦେଇ ମାତାମଠରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କୁ ଭକ୍ତିଯୋଗ ସଂପର୍କରେ ଧାରଣା ଦିଆଯାଇଥିଲା । ଏହାପରେ ସେମାନେ ଶଙ୍କରାଚାର୍ଯ୍ୟ ମଠ ଦେଇ ତୋଟା ଗୋପିନାଥ, ଜିଆର ସ୍ବାମୀ ମଠ, ବାଉଳି ମଠ ବୁଲି ଦେଖିବା ସହ ଐତିହ୍ୟସ୍ଥଳୀ ସଂପର୍କରେ ପଚାରି ବୁଝି ଖୁସିବ୍ୟକ୍ତ କରିଥିଲେ । ସେମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ଐତିହ୍ୟସ୍ଥଳୀ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ତତ୍ତ୍ବାବଧାନରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ହେରିଟେଜ ରାଇଡରେ ବିଭିନ୍ନ ବର୍ଗଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି । ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ବାଳାଶ୍ରମ ସୁପରିଟେଣ୍ତଣ୍ଟ ଶ୍ରୀ ସାରଙ୍ଗ ମହାପାତ୍ର, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଶ୍ରୀ ଶକ୍ତିପାଦ ମିଶ୍ର, ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଶ୍ରୀ ଯୁଗବ୍ରତ କର, ଶ୍ରୀ ନଟବର ସାହୁ, ଶ୍ରୀ ସତ୍ୟବ୍ରତ ସାହୁ, ମଞ୍ଜୁଶ୍ରୀ ସେନ, ବେୟାରଫୁଟ ଅନୁଷ୍ଠ‍ନର ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ । ପୁରୀ ରୁ ପ୍ରଦୀପ କୁମାର ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.