Type Here to Get Search Results !

ଆସ ବୁଲିଯିମା ପତରା ଡେମ

 


ବଲାଙ୍ଗୀର :-

ମୁନୁଷ୍ ଜୀବନ୍ ସୁଖ,ଦୁଖ୍ ଜନ୍ ଜାଲନେ ଘାଁଟି ହେଇକରି ଦିନ୍ କଟସି ।ଜୀବନର୍ ଛନେକ୍ ସମିଆଁ ପାଏଲେ କେନ୍ ଆଡେ ବୁଲାଚଲା କର୍ସି ମନ୍ କେ ଖଣେ ଥାବ୍ ମିଲବା ବଲି ଭାବୁଥିସି ।କରମ୍ ଜନ୍ ଜାଲନେ ମୁନୁଷ୍ କେତେ ଦୁଖ୍ ସୁଖ୍ ପାଏସି ଆର୍ ଛନେକ୍ କେନ୍ ଜାଗା ଗଲେ ମନ୍ ଉସତ୍ ଲାଗତା ଭାବୁଥିସି ।କେନ୍ କେନ୍ ଭଗବାନ୍ ପାସେ ଯାଇକରି ନିଜର ସୁଖ୍ ଦୁଖ୍ ଗୁହେର୍ କରସନ୍ ଆର୍ କେନ୍ କେନ୍ ଡଂଗର୍ ପରବତ୍ ନଏଦ୍ ଝରନା ଚେରେ ଚିରଗୁନ୍ କେ ବି ଦେଖି କରି ନିଜର୍ ମନକେ ହାଲକା କରସନ୍ ।ଏନ୍ତା ଠାନେ ଛନେକ୍ ସମିଆଁ କାଟଲେ ମନକେ ସରଗ୍ ସୁଖ୍ ପାଏଲା ବାଗିର୍ ଲାଗ୍ସି ।ପରକୁତି ସୁନ୍ଦର ସନେ ଭଗବାନ୍ ଦରଶନ ହେନ୍ତା ଦୁହି ଜିନିଷ୍ ଗୁଟେ ନ ଦେଖ୍ ବାକେ ମିଲସି ନୂଆପଡା ଜିଲାର୍ ପତୋରା ଡେମ୍ ନେ ।



ଆମର୍ ପଶ୍ଚିମ ଓଡିଶାର୍ ନୁଆପଡା ଜିଲାର୍ ସଦରମହକୁମାନୁ ଦକ୍ଷିଣ -ପଶ୍ଚିମ ଦିଗ୍ କେ ୨୦ କିଲୋମିଟର ଜଙ୍ଗଲ୍ ପରଲି ସାଁକୁର୍ ରୋଡେ ଆଏବାକେ ପଡସି ।ଇ ବାଟେ ମଣଲ୍ ପାଟ୍ ଡଂଗର୍ ଅଛେ ।ଡଂଗର୍ ଛିଙ୍ଗଲି କରି ଢେକାନ୍ ପଖାନ୍ ରାସ୍ତାନେ ଆଏବାକେ ପଡସି ।ଆଏବାର୍ ବାଟେ କେତେ ଜିବଜଂତୁ ଚେରେ ଚିରଗୁନର୍ ରଡା କିର୍ଲା ଶବଦ୍ ସୁନବାକେ ମିଲସି ।ଇ ପତୋରା ଡେମ୍ କେ ଆଏବାର୍ ଲାଗି ହେଲେ ଖାଲି ରୋଡ୍ ରାସ୍ତା ହେଇକରି ଆଏବାକେ ପଡସି ।ଇ ଜାଗା ଛତିଶଗଡ ଆର୍ ଓଡିସାର ମଝାମଝି ଜାଗାନେ ଅଛେ ।



ପଶ୍ଚିମ ଓଡ଼ିଶାର ଆର୍ ଗୁଟେ ନାଁ କୋଶଲ ରାଏଜ୍ ।କୋସଲ୍ ରାଏଜର୍ ଗୁଟେ ପୁଇନ୍ ମାଏଟ୍ ଇ ନୁଆପଡା ମାଏଟ୍ ।କୋସଲ୍ ରାଏଜର୍ ସିରଜିନାର୍ କେତେ କଥା ଆର୍ କେତେ ଜିନସ୍ ଇନ୍ ଦେଖବାକେ ମିଲସି ।ପତୋରା ଡେମ୍ ଗୁଟେ ପରକୁତିର ଅଏନ୍ ଠାନ୍ ଆଏ ।ଇନ ଗଛ ଲତା ଚେରେ ଚିରଗୁନ୍ ପାଏନ ପବନ୍ ସବକର୍ ମନକେ ଘିନି ନେସି ।ଇ ଡେମ୍ ଲୋକ୍ ମାନଙ୍କର ଚାସ୍ କାମ୍ ସୁବିଧାର୍ ଲାଗି ବନା ହେଇଥିଲା ।ଇନ୍ ଚିଏର୍ ଟା ଗାଁ ପୁରା ବୁଡି ଯାଇଛେ ସେଟା ହେଲା ଟିକିରାପଡା, ଝଲମ୍, ପୋଟିପଡା,ମାରାଗୁଡା । ଜୋଙ୍କ ନଏଦ୍ ଆର୍ ସୁନାବେଡା ଆଭୟାରଣ୍ୟକେ ଛେକି କରି ବନା ହେଇଛେ ।ଇ ମାରାଗୁଡା ଉପକା ଆଗର୍ କାଲର୍ ଦକ୍ଷିଣ୍ କୋସଲ୍ ରାଏଜର୍ ରାଜଧାନୀ ଥିଲା ।ପୁରାଣିକ୍ ସମିଆନେ ଇ ଅଞ୍ଚଲ କେ ନିଶାଦ ରାଏଜର୍ କହୁଥିଲେନ୍ ।ମହାଭାରତ ନିଶାଦ ରାଏଜ୍ ଗୁଟେ ନେ ସିମିତ୍ ନାଇସେ ଇଟା ଖୁବ୍ ଦୁର୍ ପତେ ଲମିଛେ ତାର୍ ରାଜଧାନୀ ଗିରିପ୍ରସ୍ଥ ଥିଲା ଆର୍ ଇ ଠାନ୍ ମାରାଗୁଡା ସଭ୍ୟତାନେ ଥିଲା ।ଇନ ଆଠ୍ ଟା ସିବ୍ ଲି୍ଗଂ ଥିଲା ସେ ଭିତ୍ରୁ ଗୁଟେ ଯୋଗେଶ୍ୱର ବାଵା ଆର୍ ସେ ସିବ୍ ଲିଗଂ ପତୋରା ମନ୍ଦିର ନ ପୁଜା ପାଉଛେ ।ଆର୍ ଲୋକ୍ ମାନେ ଇ ପତୋରା ମନ୍ଦିର୍ କେ ଯୋଗେଶ୍ୱର ଧାମ୍ ବି କହେସନ୍।



ପରକୁତିର୍ ସୁନ୍ଦରତା ସନେ ଭଗବାନ୍ ପୁଜା ପାଠ୍ ସବୁ ଇନ୍ ଦେଖବାକେ ମିଲସି ।ପତୋରାର୍ ବାଵା ଯୋଗେଶ୍ୱର ମନ୍ଦିର୍ କେଡେ ବଡ଼ ଆଏ ।ମନ୍ଦିରର୍ ଉଚା ୭୨ ଫୁଟ୍ ଅଛେ ।ଆର୍ ମନ୍ଦିର୍ ଭିତ୍ରେ ମାରାଗୁଡା ଉପକାନୁ ମିଲ୍ଲା ପୁରନା ସିବ୍ ମହାପୁରୁ ବାବା ଯୋଗେଶ୍ୱର୍ କେ ପୁଜା କରାହେସି ।ସିବ୍ ଲିଗଂର ଉଁଚା ୭ ଫୁଟ୍ ଆର୍ ଗୁଲେଇ ଆଢେଇ ଫୁଟ୍ ଅଛେ ।ସିବ୍ ଲିଗଂର ଆଧା ଭାଗ୍ ମାଏଟେ ମିସିକରି ଅଛେ ।ମନ୍ଦିର୍ ଭିତରକେ ଗଲେ ମନକେ ଆରାମ୍ ଲାଗ୍ସି ।ମନ୍ଦିର ପାସେ ୩୬ ଫୁଟର୍ ହନୁମାନ ମହାପୁରୁ ଅଛେ ଆର୍ ଶଁଣ୍ ବାବା ଗୁଟେ ବି ପାସେ ଅଛନ୍ ।ଇତିହାସନୁ ଆମେ ଜାନିଛୁ ଜେ ଇନ୍ ଜେନ୍ ଯୋଗୀ ଋସି ମୂର୍ତ୍ତୀ ଗୁଟେ ଅଛେ ସେ ମାରାଗୁଡା ସଭ୍ୟତା ସମିଆନ୍ ଯୋଗେଶ୍ୱର୍ ବାବାର୍ ପୁଜା ପାଠ୍ କରୁଥିଲେନ୍ ।ମନ୍ଦିର୍ ଚିଏର୍ କୁଦି ପଖାନ୍ ନେ କେଡେ ସୁନ୍ଦର୍ ଚେରେ ଜୀବ୍ ଜଁତୁ ଦେବାଦେବିର୍ ଫଟୁ ବନା ହେଇଛେ ।ପତୋରା ଡେମ୍ ର ପାଏନ୍ ନିରମଲ୍ ଝଲ୍ ଝଲ୍ କରୁଥିସି ।ଗୁଟେ କୁଏର୍ ଟଂକା ଦେଲେ ଡେମ୍ ତରାତରା ମଟର୍ ଡ୍ଂଗାନେ ବୁଲେଇ ଆନସି ।ମଟର୍ ଡଂଗା ଚଲୁଥିବାର୍ ସମିଆନେ ପାଏନ୍ ଛିତକୁ ଥିସି ଆର୍ ବେଲର୍ ଉକିଆନେ ପାଏନ୍ ଚକ୍ ମକୁ ଥିସି ।ଡଂଗା ନେ ଡେମ୍ ତରାତରା ବୁଲବାର ସମିଆନେ ପାସର୍ ଡଂଗର୍ ର ଗଛ ଲତା ଚେରେ ଚିରଗୁନ୍ କେ ଦେଖଲେ ମନକେ ହରସ୍ ଲାଗ୍ସି ।ଇ ପତୋରାନୁ ସୁନାବେଡା ଆଭୟାରଣ୍ଯ ଲାଗିଛେ ଆର୍ ଇନ ବାଗ୍,ଭାଲୁ,ସଂମର୍ ,ବରାହ,କୁଟ୍ରା କେତ୍ ନି କେତେ ଜୀଵଜତୁ ରହିଛନ୍ ।ପତୋରା ଡେମ୍ କେ ଲାଗିକରି ରାଜୀବ ଗାନ୍ଧୀ ପାର୍କ ଅଛେ କେତେ ନୁକୋ ଫୁଲ୍ ଗଛ ମାନେ ହେନ ଅଛେ ।ବୁଲି ଆଏବାର୍ ସବୁଲୋକ୍ ପାର୍କ କେ ଯାଇକରି ଛନେକ୍ ସମିଆଁ କାଟ୍ ସନ୍ ।ଆର୍ ଗୁଟେ ପରକୁତିର ଦେଖ୍ ବାର୍ ହେନ୍ତା ଜିନିଷ୍ ,ଜେନ୍ ଟା କେ ଥରେ ଦେଖ୍ଲେ ଦେଖୁଥା ହେନ୍ତା ଲାଗୁଥିସି ସେଟା ହେଲା ଗୋଧସ୍ ଝରନା ।୮୦ଫୁଟ୍ ନୁ ସବୁ ସମିଆନେ ଝର୍ ଝର୍ ହେଇକରି ପାଏନ୍ ଝରି ପଡୁଥିସି ଲୋକର୍ ମନ୍ କେ ଘିନି ନେସି ।ନଭେମ୍ବର୍ ନୁ ମାର୍ଚ ମାସ ସମିଆନେ କେତନି କେତେ ଲୋକ୍ ଇନକେ ବୁଲି ଆଏସନ୍ ।ମହାପୁରୁ ଦରଶନ୍ କର୍ବାର୍ ସନେ ଡେମ୍ କେ ବୁଲାଚଲା କର୍ ସନ୍ ଫେର୍ ଡଂଗର୍ ତଲେ ଭୁଜିଭାତ୍ କରି ଖାଏସନ୍ ।ଡେମ୍ ତରାନେ ରାଜୀବ ଉଦ୍ୟନ ଅଛେ ।ଆଏଜ୍ ଭି ପ୍ରାଚୀନ ସଭ୍ୟତା ର ଭଗାଂ ଅଂଶ ମାଣିକଗଡ଼ ରହିଛେ ।ଇନକର୍ ଅଧିକ ଲୋକ୍ ଛତିସଗଡି ଭାସାନ୍ କଥାବାର୍ତ୍ତା ହେସନ୍ ।ଗଁଣ୍,କଂଦ୍,ଡମ୍,ପହରିଆ,ଲରିଆ,ଭୁନଜିଆ ଜାଏତ୍ ର୍ ଲୋକ୍ ଇନ୍ ରହେସନ୍ ।ଇ ମାନେ ଚାସ ବାସ କର୍ ଵାର୍ ସନେ କୁର୍ଲି, ଭୁର୍କି, ଡଲା, ଟୁପା ବନାସନ୍ ଆରୁ ଡଂଗରନୁ ଚାହାର୍ ,ମହୁଲ, କେନ୍ଦୁ ପତର୍, ମହୁରସ୍ ଆନସନ୍ ଆର୍ ଗାଁ ହାଟ୍ ବଜାର୍ ନ ବିକାସଂଗା କରସନ୍ ଆର୍ କୁଟୁମ୍ କେ ଚଲାସନ୍ ।



ପତୋରା ଡେମ୍ ଓଡିସା ଆର୍ ଛତିସଗଡ଼ ମଝାମଝି ଜାଗାନେ ଅଛେ ହେତିର୍ ଲାଗି କମ୍ ଲୋକ୍ ଜାନିଛନ୍ ।ରାଏଜ୍ ଆର୍ ରାଏଜ୍ ବାହାର୍ ନୁ ଲୋକ୍ ଇନ୍ କେ ଚଲାବୁଲା କରବାର୍ ସନେ ଦେବିଦେବତା କେ ଦେଖବାକେ ଆଏସନ୍ ହେଲେ ଇନ୍ ଆଏବାକେ ଭଲ୍ ରାସ୍ତା ଘାଁଟ୍ ନାଇନ୍ ,ପଖାନ ଢେକାନ୍ ସାଁକୁର୍ ରୋଡ ଅଛେ ।ଦେଖବାର୍ ଲୋକ୍ ଆଏଲେ ରାଏତ୍ ରହେବାର ସୁବିଧା ନାଇଁନ,ବିଶ୍ରାମଗାର,ଶୈଚାଲୟ ଭି ଖୁବ୍ ନାଇଁନ ହେତିର୍ ଲାଗି ଲୋକ୍ ମାନକେ ଭିନ୍ ଭିନ୍ ଅସୁବିଧା ହେସି ।ଆନା ଜାନା କର୍ ବା କେ ବସ୍ ମଟର୍ ର ହେତେ ସୁବିଧା ନାଇଁନ୍ ଆମର୍ ରାଏଜ୍ ସରକାର୍ ଆର୍ ପର୍ଯ୍ଯଟନ୍ ବିଭାଗ୍ ବାଲେ ଇନ ଗୁଟେ ବସ୍ ଚଲାଲେ ଲୋକ୍ ମାନେ ସୁବିଧା ନେ ଯିଵା ଆସବାର୍ କରିପାର୍ ତେ ଆର୍ ଇ ପତୋରା ଯୋଗେଶ୍ୱର୍ ଧାମ୍ ର ଉନ୍ନତି ହେତା ।ବଲାଙ୍ଗୀର ଜିଲ୍ଲା ନୁ ଅନ୍ତର୍ୟାମୀ ସାହୁ ଙ୍କର୍ ରିପୋର୍ଟ

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.