Type Here to Get Search Results !

ଭାରତୀୟ ଜନତା ପାର୍ଟି ତରଫରୁ ପଞ୍ଚାୟତରେ କର୍ମୀ ସମ୍ମିଳନୀ ବୈଠକ ଅନୁଷ୍ଠିତ

 

କେନ୍ଦ୍ରାପଡ଼ା :- 

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ସୁନିତିି ପଞ୍ଚାୟତ ଅଧିନସ୍ଥ ଉତ୍ତର ସୁନିତୀ ଗ୍ରାମରେ ଭାରତୀୟ ଜନତା ପାର୍ଟି ତରଫରୁ କର୍ମୀ ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛି ,ସୂଚନାରୁ ପ୍ରକାଶ ,ଲାଲୁ ଦା ଙ୍କ ଆହ୍ଵାନ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଛି ,ଭାରତୀୟ ଜନତା ପାର୍ଟିର ଏହି ବୈଠକରେ ଆଗ ଧାଡ଼ିର ଛାମୁଆ ନେତା ଲାଲୁ ଦା ସଭାପତିତ୍ବ କରିଥିଲେ ,ଉକ୍ତ ବୈଠକରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନ ,୨୨ ନଂ ଜୋନର ସଭାପତି ଶରତ ଚନ୍ଦ୍ର ମହାନ୍ତି , ସୁନିତୀ ପଞ୍ଚାୟତର ବିଜେପି ଛାମୁଆ ନେତା ରାଜକିଶୋର ଭୂୟାଁ ,ପ୍ରମୋଦ ନାୟକ ,ଗୋବିନ୍ଦ ଦାସ ,ମାଣିକ ବିଶ୍ବାଳ , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ଓଝା ,ବିରଞ୍ଚି ନାରାୟଣ ଦାସ ଏବଂ ମହାକାଳପଡ଼ା ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ନେତୃମଣ୍ଡଳୀ ଯୋଗ ଦେଇଥିଲେ ,ଏହି ବୈଠକରେ ପଞ୍ଚାୟତର ଆଗାମୀ ଦିନରେ ବିଭିନ୍ନ ସମସ୍ୟା ଉପରେ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ବିଷୟରେ ଆଲୋଚନା କରିଥିଲେ ,କେନ୍ଦ୍ରାପଡ଼ାରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.