ଭୁବନେଶ୍ୱର :-
ବରିଷ୍ଠ ସାମ୍ବାଦିକ ତଥା ‘ନିର୍ଭର’ର ସମ୍ପାଦକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗର ମୃତ ଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଛି । ଅପହରଣ ପରେ ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତମାଣ୍ଡୋ ପୋଲିସ ଓ ସ୍ପେଶାଲ ସ୍କ୍ୱାଡ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଶ୍ରୀବିହାରରେ ରହୁଥିବା ମନିଷ ଇନଫୋସିଟି ଥାନା ଅଂଚଳରେ ଥିବା ଏକ ସଂସ୍ଥାରେ ଚାକିରି କରନ୍ତି । ସବୁଦିନ ପରି ଗତାକାଲି ମଧ୍ୟ କାର ଯୋଗେ ଅଫିସ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ଆଜି ଅପରାହ୍ଣରେ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡା ନିକଟସ୍ଥ ଏକ ପୋଖରୀରୁ ତାଙ୍କର ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ
