Type Here to Get Search Results !

ଅଲ୍ ଓଡିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ବୈଠକ ଅନୁଷ୍ଠିତ


ଧାମନଗର :-

              ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁସୁରୀ ପୂଜ୍ୟ ପୂଜା ସଂସଦ ଠାରେ ଅଲ୍ ଓଡିଶା ଅଙ୍ଗନବାଡ଼ି କର୍ମୀ ସହାୟିକା ସାମୁକ୍ଷ୍ୟ ବୈଠକ ଅନଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧାମନଗର ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ,ତିହିଡ଼ି ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତ୍ ଲତା ନାୟକ , ଭଦ୍ରକ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ବିଶ୍ବଜିତ ପରିଡ଼ା, ଗଢିଆଳି ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ହରେକୃଷ୍ଣ ପାଢ଼ୀ , ବିବିସିସି ବ୍ୟାଙ୍କ୍ ପୂର୍ବତନ ସଭାପତି ରଘୁନାଥ ଲେଙ୍କା , ଧାମନଗର ବ୍ଲକ ବିଜୁ ଜନତା ଦଳର ସଭାପତି ଉମେଶ ମହାନ୍ତି , ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଭାରତ ବିଜୟ ଦଳାଇ , ବିଜୁ ଯୁବ ଜନତା ଦଳର ଜିଲ୍ଲା ସଂପାଦକ ସୁଶାନ୍ତ ପଣ୍ଡାଙ୍କ ସହିତ ଭଦ୍ରକ ଜିଲ୍ଲା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ ର ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ପାତ୍ର ଯୋଗଦେଇ,ଧାମନଗର ବ୍ଲକ ରେ ନୂତନ ଭାବେ ଗଠିତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ ର ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରିଥିଲେ। ବିଜୁ ଜନତା ଦଳର ଧାମନଗର ବ୍ଲକ ସଭାପତି ଉମେଶ ମହାନ୍ତି ଏହି ସଭାକୁ ପରିଚାଳନା କରିଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.