Type Here to Get Search Results !

ମରଣାନ୍ତକ ଆକ୍ରମଣ ରେ ସରପଞ୍ଚ ଗୁରୁତର

 

ଧାମନଗର : -

              ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖପରପଦା ଗ୍ରାମପଞ୍ଚାୟତ ସରପଞ୍ଚ ଗୟାଧର ନାୟକ ଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ସୂଚନା ମିଳୁଛି।ସ୍ଥାନୀୟ ଲୋକ ଓ ପରିବାର ଙ୍କ ସୂଚନା ଅନୁସାରେ ରାଜନୈତିକ କାରଣ ରୁ ଏପରି ଏକ ମରଣାନ୍ତକ ଆକ୍ରମଣ କରାଯାଇଛି ବୋଲି ସେନ୍ଦେହ କରୁଛନ୍ତି।ସୂଚନା ଅନୁସାରେ ଗତ ତା୦୭/୧୦/୨୦୨୧ରିଖ ବିଳମ୍ବିତ ରାତି ରେ ସରପଞ୍ଚ ଜଣକ ପଞ୍ଚାୟତ କାର୍ଯ୍ୟାଳୟ ରୁ କାମ ସାରି ଫେରୁଥିବା ସମୟ ରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା. ଯେଉଁଥିରେ ତାଙ୍କ ମୁଣ୍ଡ ଓ କାନ ରେ ଗଭୀର ଆଘାତ ଲାଗିଥିବା ହେତୁ ଏବେ ସେ ଗୁରୁତର ଅବସ୍ଥାରେ ଅଛନ୍ତି ବୋଲି ଧୂସୁରି ଥାନା ପକ୍ଷରୁ କୁହାଯାଇଛି।ଘଟଣା ଉପରେ କୌଣସି ସ୍ପଷ୍ଟ କଥା ଜଣାପଡିନଥିବାରୁ ଥାନା ରେ କୌଣସି ମାମଲା ରୁଜ୍ଜୁ ହୋଇନଥିବା ଥାନା ଅଧିକାରୀ କହିଛନ୍ତି।ଵର୍ତମାନ ସମୟ ରେ ସରପଞ୍ଚ ଗୁରୁତର ଅବସ୍ଥା ରେ ଭଦ୍ରକ ମେଡିକାଲ ରୁ ଭୁବନେଶ୍ବର କିମ୍ସ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେ ଏବେ ବି ଚେତାଶୂନ୍ୟ ଅବସ୍ଥାରେ ଅଛନ୍ତି।ତେବେ ତାଙ୍କ ଚେତା ଫେରିବା ପରେ ଘଟଣାର ସ୍ପଷ୍ଟ କଥା ଜଣାପଡିବ।ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.