ଚମ୍ପୁଆ :-
କେନ୍ଦୁଝର ଜିଲ୍ଲା ଚମ୍ପୁଆ ତହସିଲ ଅନ୍ତର୍ଗତ ଶ୍ରୀଧରପୁର ଗ୍ରାମର ଗ୍ରାମବାସୀ ମାନେ ଅନେକ ବର୍ଷ ଧରି ରଜିଆ ଗ୍ରାମ ବାଟ ଦେଇ ଥିବା ରାସ୍ତାରେ ଯିବା ଆସିବା କରିଥାଆନ୍ତି। ଏହି ରାସ୍ତା କୁ ଶ୍ରୀଧରପୁର ଗ୍ରାମବାସୀ ମାନେ ଚମ୍ପୁଆ କୁ କୋର୍ଟ କଚେରୀ, ଡାକ୍ତରଖାନା ଏବଂ ସ୍କୁଲ କଲେଜ ଯିବା ପାଇଁ ବ୍ୟବହାର କରିଥାଆନ୍ତି। କିନ୍ତୁ ଗତ କିଛି ଦିନ ହେବ ଜଣେ ବ୍ୟକ୍ତି ଏହି ରାସ୍ତା ତାଙ୍କ ନିଜ ଜମି ମଧ୍ୟ ଦେଇ ଯାଇଛି ବୋଲି ଦାବି କରି ସେଥିରେ ବାଡ ବୁଜି ଦେଇଛନ୍ତି । ଏଣୁ ଶ୍ରୀଧରପୁର ଗ୍ରାମବାସୀ ମାନେ ଘୋର ଅସୁବିଧା ର ସମ୍ମୁଖୀନ ହେବାରୁ ଆଜି ସମସ୍ତ ଗ୍ରାମବାସୀ ଆଡିସନାଲ ତହସିଲଦାର ଙ୍କ ଜରିଆରେ ଚମ୍ପୁଆ ତହସିଲଦାର ଙ୍କୁ ଏହି ରାସ୍ତାକୁ ଚିହ୍ନଟ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ
