ପଦ୍ମପୁର :-
ଜନକଲ୍ୟାଣ ସେବାଟ୍ରଷ୍ଟ ଓ ନୃସିଂହନାଥ କଳା ପରିଷଦ ଆନୁକୁଲ୍ୟରେ ନୃସିଂହନାଥ ଓଟିଡିସି ପରିସରରେ ଶନିବାର ନୁଆଖାଇ ଭେଟଘାଟ ସହ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏନେଇ ଅନୁଷ୍ଠିତ ସଭାରେ ଶ୍ୟାମଲାଲ ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ୟଅତିଥି ଭାବେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନ,ମୂଖ୍ୟବକ୍ତା ପାଇକମାଲ ଆଇଆଇସି ବିଶ୍ବଜିତ୍ ମନବୋଧ,ସମ୍ମାନିତ ଅତିଥି ସୁବୋଧ ପଣ୍ତା,ଅଜିତ ବାରିକ ଯୋଗ ଦେଇଥିଲେ । ଟ୍ରଷ୍ଟର ପ୍ରତିଷ୍ଠାତାତଥା ସଭାପତି ମୁକୁନ୍ଦ ଦାଶ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଡା. ମୋହନ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ପାଇକମାଳ ବ୍ଲକ୍ ସ୍ତରୀୟ ବିଭିନ୍ନ କ୍ଷେତ୍ର ରେ କୃତି ଅର୍ଜନ କରିଥିବା ୨୩ ଜଣ ପ୍ରତିଭା ମାନଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଅତିଥି ମାନେ ବିଭିନ୍ନକ୍ଷେତ୍ର ରେ ପ୍ରତିଭାଧାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରବା ସହ ଉତ୍ତରୋତ୍ତର ପ୍ରଗତି କାମନା କରିଥିଲେ ଓ ଜନ କଲ୍ୟାଣ ସେବାଟ୍ରଷ୍ଟ ତଥା ନୃସିଂହନାଥ କଳା ପରିଷଦର ସମାଜ ସେବା କାମକୁ ପ୍ରଶଂସା କରିଥିଲେ । ଶେଷରେ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ
