Type Here to Get Search Results !

କାର ଓ ବାସ ଧକ୍କା, ଅଳ୍ପକେ ବର୍ତିଲେ କାର ଚାଳକ

 

ଝାରସୁଗୁଡ଼ା :-

ଦୁର୍ଘଟଣା ରୁ ଅଳ୍ପକେ ବଞ୍ଚିଲା ଜୀବନ। ଦ୍ରୁତ ଗତି ହେଲା ଦୁର୍ଘଟଣା ର କାରଣ। ଏଭଳି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା NH 49 ଅନ୍ତର୍ଗତ ଏଚ କଟାପାଲି ଛକଠାରେ। ଏକ ବସ୍ ଝାରସୁଗୁଡ଼ା ଯିବା ସମୟରେ କାର  ଟି ବିପରୀତ ଦିଗରୁ ଆସୁଥିଲା। ତେବେ ଦୃତ ଗତି ରେ କାର ଟି ବାଲାନ୍ସ ହରାଇ ପିଟି ହୋଇଥିଲା ବସ୍ ସହ। ତେବେ ମୁହାଁମୁହିଁ ଧକ୍କା ହେଲେ ମଧ୍ୟ ଅଳ୍ପକେ ବର୍ତିଯଇଥିଲେ କାର ଚାଳକ। ହୋଇଥିଲେ ସାମାନ୍ୟ ଆହତ। ତେବେ କାର ଟିର ଆଗପଟ ସମ୍ପୂର୍ଣ ଚୂର୍ ମାର୍ ହୋଇ ଯାଇଥିଲା।ଘଟଣା ସ୍ଥଳରେ ସଦର ଥାନ ପୋଲିସ ଆସି ଦୁଇ ଗାଡ଼ି ଜବତ କରିଥିବା ଜଣା ପଡିଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.