Type Here to Get Search Results !

ଡବଲ ମର୍ଡର ଘଟଣା ର ଅନ୍ୟ ଅଭିଯୁକ୍ତ ବର୍ଦ୍ଧନ ଟପ୍ପୋ ଙ୍କୁ ମିଳିଲା ଜାମିନ,ଅନୁପ ହେଲେ ପୁଣି ନିରାଶ

 

ବ୍ରଜରାଜନଗର :-

ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଧିନରେ ହୋଇଥିବା ଏକ ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ବର୍ଦ୍ଧନ ଟପ୍ପୋକୁ ଆଜି ଛତିଶଗଡ଼ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨୦୧୬ ମସିହାରେ ଚକ୍ରଧରନଗର ଥାନା ଅଞ୍ଚଳରେ ଜଣେ ମହିଳା ଓ ଶିଶୁର ମୃତଦେହ ରାସ୍ତାରୁ ମିଳିଥିଲା।ବର୍ଦ୍ଧନ ୨୦୨୦ ମସିହା ଫେବ୍ରୁଆରି ୧୫ରୁ ଜେଲରେ ଥିବା ବେଳେ ଏହି ମାମଲାର ଶୁଣାଣି ଚାଲିଥିଲା। କୋର୍ଟରେ ଉପସ୍ଥାପନ କରାଯାଇଥିବା ସାକ୍ଷ୍ୟ ଓ ପ୍ରମାଣ ତାଙ୍କ ବିରୋଧରେ ଯଥେଷ୍ଠ ନହେବାରୁ ବିଚାରପତି ଏହି ମାମଲାକୁ ବିଚାର କରି ବର୍ଦ୍ଧନକୁ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଥିବା ଜଣାଯାଇଛି। ଏହି ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଏବେବି ରାୟଗଡ଼ ଜେଲରେ ଅଛନ୍ତି। 

ବର୍ଦ୍ଧନ ଗତ ୨୦୨୦ , ଫେବୃଆରୀ ୧୫ ତାରିଖରୁ ଜେଲ ରେ ଥିବା ବେଳେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଦେବାରେ ପୋଲିସ ବିଫଳ ହୋଇଥିଲା। ଏ ନେଇ ଆଜି କୋର୍ଟ ୫୦ ହଜାର ମୂଲଚାଲ ରାଶି ସହ ବର୍ଦ୍ଧନ ଙ୍କୁ ସର୍ତ୍ତ ମୂଳକ ଜାମିନ ଦେଇଥିବା ଜଣା ପଡିଛି। କିନ୍ତୁ ଉକ୍ତ ହତ୍ୟା ମାମଲା ରେ ଏବେବି ଅନୁପ ସାଏ ଙ୍କୁ ଜାମିନ ମିଳିପାରିନାହିଁ। ତେବେ ଏ ହତ୍ୟାକାଣ୍ଡ ର ଦିଗ ଆଗକୁ କଣ ରହିବ ତାହା ଦେଖିବା ବାକି ରହିଛି। 

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.