ଭୁବନେଶ୍ୱର :-
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ତରଫରୁ ଦଶହରା ଭେଟି ମିଳିଛି। ବହୁ ପ୍ରତିକ୍ଷିତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୧୭ % ମହଙ୍ଗା ଭତ୍ତା କର୍ମଚାରୀଙ୍କୁ ମିଳୁଥିବା ବେଳେ ଆଜି ସରକାର ଆଉ ୧୧% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ତେବେ ବର୍ତ୍ତମାନ ମହଙ୍ଗା ଭତ୍ତା ୨୮% ରେ ପହଞ୍ଚିଛି। ଏହି ମହଙ୍ଗା ଭତ୍ତା କୁ ଜୁଲାଇ ୧, ୨୦୨୧ ରୁ ପିଛିଲା ଭାବେ ଅକ୍ଟୋବର ଦରମା ଓ ପେନସନ ରେ ମିଳିବ। ଏହି ବୃଦ୍ଧି ଫଳରେ ରାଜ୍ୟର ପ୍ରାୟ ଚାରିଲକ୍ଷ କର୍ମଚାରୀ ଏବଂ ସାଢ଼େ ତିନି ଲକ୍ଷ ପେନସନଭୋଗି ଉପକୃତ ହେବେ।
ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ
