ତାଳଚେର:-
ତାଳଚେର ଟାଉନ ବ୍ରାହ୍ମଣ ଶାସନ ର ନାଲକୋ ର ଅବସରପ୍ରାପ୍ତ ଡେପୁଟି ଜିଏମ ଶରତ ଚନ୍ଦ୍ର ମିଶ୍ରଙ୍କ ବୁଧବାର ଦିନ ଭୁବନେଶ୍ୱର ଏମ୍ ଏସ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ତାଙ୍କର ମରଶରୀର କୁ ତାଙ୍କ ପୈତୃକ ବାସ ଭବନ ତାଳଚେର ବ୍ରାହ୍ମଣ ଶାସନ କୁ ଅଣା ଯାଇ ଥିଲା।ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ତାଙ୍କ ବାସ ଭବନ ରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଇ ଥିଲେ।ତାଙ୍କ ସହ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା ,ଜିଲ୍ଲା ସମ୍ପାଦକ ପ୍ରକାଶ ମହାରଣା, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ , ପୋୖର ମଣ୍ଡଳ ପ୍ରଭାରୀ ପୁଲିନ ବିହାରୀ ନାୟକ,ରେଳ ମଣ୍ଡଳ ସାଧାରଣ ସମ୍ପାଦକ ସହଦେଵ ସାହୁ,ପୋୖର ମଣ୍ଡଳ ସାଧାରଣ ସମ୍ପାଦକ ନିରୋଜ ଦାସଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।ପ୍ରକାଶ ଥାଉକି ସେ ବରିଷ୍ଠ ବିଜେପି ନେତା ତଥା ପ୍ରାକ୍ତନ ବାର ଆସୋସିଏସନ ର ସଭାପତି ଦୟାସାଗର ମିଶ୍ରଙ୍କ ଦାଦା ଅଟନ୍ତି।
ଅନୁଗୁଳ ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ
