Type Here to Get Search Results !

ଏସ ଏମ ସି ରୋ ମିଲ୍ ରେ ଦୁର୍ଘଟଣା, ଶ୍ରମିକ ମୃତ

 

ଝାରସୁଗୁଡ଼ା :-

ଝାରସୁଗୁଡ଼ା ଜିଲ୍ଲା ହିର୍ମା ଠାରେ ଥିବା ଏସେମ୍ସି ରୋଲିଂ ମିଲ ରେ ଘଟିଛି ଅଘଟଣ। ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଛନ୍ତି ଶ୍ରମିକ।  

ଘଟଣା ଅନୁସାରେ ଗତ ବୁଧବାର ଦିନ ଉକ୍ତ ପ୍ଲାଣ୍ଟ ରେ କାର୍ଯ୍ୟ କରୁଥିବା ଶ୍ରମିକ ଝାରଖଣ୍ଡ ବରାକୋଟା ର ବନମାଳୀ ବାଇପୋଇ ନାମକ ୨୦ ବର୍ଷୀୟ ଯୁବକ କ୍ରେନ୍ ରେ କାର୍ଯ କରୁଥିବା ବେଳେ ଦୁର୍ଘଟଣା ର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ କୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏ ନେଇ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏସ ଏମ ସି କମ୍ପାନୀ ସବୁବେଳେ ଖାମଖିଆଲ ନୀତି ଦ୍ଵାରା ଶ୍ରମିକଙ୍କୁ ମରଣ ମୁହଁ କୁ ଠେଲି ଦେଉଛି। ସୁରକ୍ଷା ସମ୍ବନ୍ଧୀୟ କୌଣସି ଧ୍ୟାନ କମ୍ପାନୀ ପକ୍ଷରୁ ଦିଆ ଯାଉନାହିଁ। ଏହାସହ ଏହି ଅଘଟଣକୁ ଚପାଇ ଦେବାକୁ କମ୍ପାନୀ ଓ ପୋଲିସ ମଧ୍ୟରେ ସଲାସୁତୁରା ହୋଇଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ। 

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.