Type Here to Get Search Results !

ବିଜେପି ତରଫରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଏବଂ ମୋଦି ଚା ବିତରଣ


ଜଗତସିଂହପୁର :- 

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବୋରିକିନା ବଜାରରେ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ଓରଣ୍ଡ ସ୍ଥିତ ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ,ଜିଲ୍ଲା ସଭାପତି ହରେକୃଷ୍ଣ ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ମୋଦୀଜୀ ଙ୍କ ଜନ୍ମଦିନ ସପ୍ତାହ ଅବସରରେ ସେବାସର୍ମପଣ ସପ୍ତାହ ଉପଲକ୍ଷେ ସେପ୍ଟେମ୍ବର 17 ରୁ ଅକ୍ଟୋବର 7 ପର୍ଯ୍ୟନ୍ତ ଚାଲିଥିବା ସେବା କାର୍ଯ୍ୟକ୍ରମ ରେ ମାସ୍କ ସାବୁନ ବାଣ୍ଟିବା ସହିତ ଏକ ବିଶେଷ କାର୍ଯ୍ୟକ୍ରମ ମାଗଣା ରେ ମୋଦୀ ଚା 1000ଏକ ହଜାରରୁ ଉର୍ଦ୍ଧ ଲୋକଙ୍କୁ ବିତରଣ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ର ରାଜ୍ୟ ସଭାପତି ଡ଼ଃ ବିଭୁ ପ୍ରସାଦ ତରାଇ, ବରିଷ୍ଠ ନେତା ସଞ୍ଜୟ ମହାନ୍ତି, ଜିଲ୍ଲା ଉପ ସଭାପତି ମୋହିତ ମହାନ୍ତି, ଜିଲ୍ଲା ଉପ ସଭାପତି ଶିବ ମଲ୍ଲିକ, ବୋରିକିନା ମଣ୍ଡଳ ସଭାପତି ସୌଭାଗ୍ୟ ମୁଦୁଲି, ବିଭୁତି ଚୌଧୁରୀ, ରାଜେଶ ମହାନ୍ତି, ଜଗନ୍ନାଥ ସାମଲ, କାର୍ତିକ ବିଶ୍ୱାଳ, ଭାରତ ଦାଶ, ଅକ୍ଷୟ ଜେନା, ପ୍ରଶାନ୍ତ ଦାଶ,ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।

ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.