Type Here to Get Search Results !

ଦିବଂଗତ ଶଶିପ୍ରଭା ସ୍ୱାଇଁ ଙ୍କ ପ୍ରଥମ ସର୍ଦ୍ଧବାର୍ଷିକ ଉପଲକ୍ଷେ କବିତା ଆସର - ବୋଉ ଅନୁଷ୍ଠିତ


ଜଗତସିଂହପୁର :-

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ରା ପଞ୍ଚପଲ୍ଲୀ ଶ୍ରୀ ଶ୍ରୀ ଗ୍ରାମେଶ୍ବର ମନ୍ଦିର ପାନ୍ଥନିବାସ ରେ ମହିୟସୀ ମହିଳା ଦିବଂଗତ ଶଶିପ୍ରଭା ସ୍ୱାଇଁ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଝଙ୍କଡ଼ ସାହିତ୍ୟ ସଂସଦ ତିର୍ତୋଲ ତରଫରୁ କବିତା ଆସର -ବୋଉ ଅନୁଷ୍ଠିତ ହୋଇଯାଇଛି.,ଏହି ଅନୁଷ୍ଠାନ ରେ ପୁରୋହିତ ତଥା ସଭାପତି ଭାବେ ଥିବାବେଳେ ମୁଖ୍ୟ ଅତିଥି ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରପ୍ରସାଦ ମିଶ୍ର , ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ କେଶବଚନ୍ଦ୍ର ସ୍ୱାଇଁ , ସାନମାନୀୟ ଅତିଥି ବିଷ୍ନୁପ୍ରିୟା ଦାସ, ପ୍ରଶାସନିକ ଅଧିକାରୀ ବିଭୂପ୍ରସାଦ କାନୁନଗୋ, ସମାଜସେବୀ ହେମନ୍ତ କୁମାର ରଥ , ପ୍ରାକ୍ତନ ପ୍ରଧାନଶିକ୍ଷକ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗଦାନ କରି କବିତା ଆସର -ବୋଉ ରା ମାହାତ୍ମ୍ୟ ଉପରେ ଆଲୋଚନା କରିବାସହ ଝଙ୍କଡ଼ ସାହିତ୍ୟ ପ୍ରତିଷ୍ଠାତା ତଥା ସମ୍ପାଦକ ଗୋଲଖ ବିହାରୀ ପଲାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ସଭ୍ୟ ମନୋରଞ୍ଜନ ସ୍ୱାଇଁ ସମ୍ବୋଧନା କରିଥିଲେ ! କବିୟତ୍ରୀ ସବିତା ନାୟକ, କବି ପିତାମ୍ବର ରାଉତ, କବି ଡ଼ା :ପ୍ରତାପ ରୁଦ୍ର ସ୍ୱାଇଁ, ନିତ୍ୟାନନ୍ଦ ନାୟକ, ନାଗୁଚରଣ ଦେବତା, କୈଳାଶ ଚନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ କୁମାର ସାହୁ, ବସନ୍ତ ମଞ୍ଜରୀ ଦାସ, ବାମଦେବ ସ୍ୱାଇଁ, ଖଗେଶ୍ୱର ମହାରଣା, ପ୍ରେମଚରଣ ରାଉତ,ବିଷ୍ନୁପ୍ରିୟା ମିଶ୍ର, ଝୁଲରାମ ଦାସ, ଚିତ୍ତରଞ୍ଜନ ସ୍ୱାଇଁ, ଆଡ଼ଭୋକେଟ ରବିନାରାୟଣ ପତ୍ର ଏବଂ ଶ୍ୟାମସୁନ୍ଦର ବେହେରା ପ୍ରମୁଖ ଯୋଗଦାନ କରି କବିତା ଆସର -ବୋଉ ପାଠ କରିଥିଲେ ସର୍ବଶେଷରେ କବି ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.