Type Here to Get Search Results !

ସେବା ନିବୃତ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅବସରକାଳୀନ ସମ୍ଵର୍ଦ୍ଧନା ଉତ୍ସବ



କେନ୍ଦ୍ରାପଡା :-

ସ୍ଥାନୀୟ କୋରୋ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସେବା ନିବୃତ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ହରମୋହନ ସ୍ଵାଇଁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରଧାନଶିକ୍ଷକ ପ୍ରେମାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମାନସଭୂଷଣ ପଣ୍ଡିତ ହୃଷିକେଶ ରଥ ମୁଖ୍ୟ ଅତିଥି , ପୂର୍ବ ଶିକ୍ଷାଧିକାରୀ ତଥା ବିଶିଷ୍ଟ ଶିକ୍ଷାବିତ୍ କାଶୀନାଥ ରାଉତରାୟ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସାମଲ ,କୋରୋ ସରପଞ୍ଚ ତଅପୋଇ ମଲ୍ଲିକ, କୋରୋ କ୍ଲଷ୍ଟର ସିଆରସିସି ମହମ୍ମଦ ଜଲ୍ଲାଲୁଦ୍ଦିନ , ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ପଲାର , ହରେକୃଷ୍ଣ ସିଂହ , ପଣ୍ଡିତ ରମେଶ ଚନ୍ଦ୍ର ଦାଶ ଏବଂ ବ୍ୟଙ୍ଗକବି ଅପର୍ତ୍ତିଚରଣ ସେଠୀ ଆଦି ଯୋଗଦେଇ ବିଦାୟୀ କର୍ମଚାରୀଙ୍କ କର୍ମମୟ ଜୀବନର ସଫଳତା ଉପରେ ଆଲୋକ ପାତ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଭାବଗ୍ରାହୀ କଳାନିକେତନର ପ୍ରତିଷ୍ଠାତା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ରଶ୍ମିତା ସୂତାର ଓ ବୈଶାଖୀ ପରିଡ଼ା ବନ୍ଦେ ଉତ୍କଳ ଜନନୀ ଓ ପ୍ରାରମ୍ଭିକ ସଂଗୀତ ପରିବେଷଣ ଏବଂ ଆଶୁକବି ହେମନ୍ତ ଜେନା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ । ଇତ୍ୟବସରରେ ମୁଖ୍ୟ ଅତିଥି ବିଦାୟୀ କର୍ମଚାରୀଙ୍କୁ ବିଦ୍ୟାଳୟ ତରଫରୁ ଏବଂ ୟୁଟିଆ ସଂଗଠନ ତରଫରୁ ମାନପତ୍ର ,ଅଙ୍ଗବସ୍ତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ହିମାଂଶୁ ଶେଖର ପରିଡ଼ା , ରଞ୍ଜନ କୁମାର ମଲିକ , ତପନ କୁମାର ଜେନା , ବିଭୂତି ଭୂଷଣ ଜେନା ,ତୃପ୍ତିରେଖା ପରିଡ଼ା , ଦିପ୍ତୀ ରେଖା ପରିଡା , ରଘୁନାଥ ବେହେରା , କଳ୍ପନା ଦାସ , ଅନନ୍ତ କୁମାର ଓଝା , କରୁଣାକର ସାହୁ ଏବଂ ହିମାଂଶୁ ଶେଖର ପଣ୍ଡା ଉତ୍ସବ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ରାଧାମୋହନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.