କେନ୍ଦୁଝର :-
କେନ୍ଦୁଝର ଜିଲ୍ଲା ରିମୁଳି ଠାରେ ଏକ ଢାବାରେ କାମ କରୁଥିବା ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ଝାରଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲ୍ଲା ଜଗନ୍ନାଥପୁର ଥାନା ଅନ୍ତର୍ଗତ ଛନପଦା ଗ୍ରାମର ସ୍ୱ. ଦୁସାଃଶନ ବେହେରା ଙ୍କ ୨୫ ବର୍ଷର ପୁଅ ମୁକେଶ କୁମାର ବେହେରା ଅନେକ ଦିନ ଧରି ରିମୁଳି ଠାରେ ୫୨୦ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏକ ଢାବାରେ କାର୍ଯ୍ୟ କରୁଥିଲେ ଏବଂ ସେହି ଢାବାରେ ରହୁଥିଲେ। ସବୁଦିନ ପରି ରାତିରେ ଢାବା ବନ୍ଦ କରି ସବୁ କର୍ମଚାରୀ ମାନେ ଖାଇପିଇ ଶୋଇବା ପାଇଁ ଗଲେ ଏବଂ ଢାବା ମାଲିକ ତାଙ୍କ ଘରକୁ ଚାଲିଗଲେ। ଆଜି ସକାଳେ ଢାବା କର୍ମଚାରୀମାନେ ଶୋଇ ଉଠିବା ପରେ ମୁକେଶ କୁମାର ବେହେରା ଙ୍କୁ ଅନ୍ୟ ଗୋଟିଏ କୋଠରୀ ରେ ରଶି ରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଲେ ଏବଂ ଢାବା ମାଲିକଙ୍କୁ ଖବର ଦେଲେ। ଖବର ପାଇ ଢାବା ମାଲିକ ଆସି ପହଞ୍ଚି ରିମୁଳି ପୋଲିସ ଫାଣ୍ଡି ରେ ସୂଚନା ଦେଲେ। ସୂଚନା ପାଇ ରିମୁଳି ଫାଣ୍ଡି ପୋଲିସ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନା କୁ ପଠାଇବା ସହିତ ଏକ ଅପମୃତ୍ୟୃ ମାମଲା ରୁଜୁ କରିଛନ୍ତି।
କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ
