ତାଳଚେର :-
ବିଗତ କିଛି ଦିନ ହେଲା ଯୁବ ସାମ୍ବାଦିକ ଶ୍ରୀଯୁକ୍ତ ସତ୍ୟଜିତ ମହାପାତ୍ର କୋଭିଡ୍ ଆକ୍ରାନ୍ତ ହୋଇ ଭୁବନଶ୍ୱର ସ୍ଥିତ ସୋମ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଦୁଃଖର ବିଷୟ ସେ ଆଜି ଆମ ସମସ୍ତଙ୍କୁ ଛାଡ଼ି ମାତ୍ର 44 ବର୍ଷ ରେ ଆର ପରିକୁ ଚାଲି ଯାଇଛନ୍ତି। ସେ କମନ ଟାଇମ୍ସ ର ସମ୍ପାଦକ ଭାବରେ କାର୍ଯ୍ୟ ତୁଲାଇବା ସହ ଓଟିଭି, ଈଟିଭି ଓ 92.7 ଏଫ୍ ଏମ ର ପ୍ରଦ୍ୟୁସର୍ ମଧ୍ୟ ଥିଲେ। ସେ ସାମ୍ବାଦିକତା କ୍ଷେତ୍ର ରେ ନିଜର ପାରଦର୍ଶିତା ଓ ତତ୍ପରତା ସହିତ ପ୍ରୋଗ୍ରାମିଙ୍ଗ କ୍ଷେତ୍ର ରେ ନୂଆ ନୂଆ କୌଶଳ ଦେଖାଇ ଓଡ଼ିଶା ଏକ ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ଵ ପାଲଟିଥିଲେ। କମନ୍ ଟାଇମ୍ସ ତାଙ୍କ ପାଇଁ ଏକ ପ୍ରେରଣା ଦାୟୀ ଉତ୍ସ ଥିଲା। ଏହା ମାଧ୍ୟମରେ ସେ ସାଧାରଣ ଲୋକଙ୍କ କଥା ଓ ସମସ୍ୟା ଗୁଡ଼ିକୁ ସରକାରଙ୍କ ସାମ୍ନା ରେ ଉପସ୍ଥାପନ କରିବା ସହିତ ସାଧାରଣ ଲୋକଙ୍କ ଭିତରେ ଲୁଚି ରହିଥିବା କାଳକୁ ନିଖୁଣ ଭାବରେ ଲୋକ ଲୋଚନକୁ ଆଣି ପରିଚିତ କରାଇ ପାରୁଥିଲେ।ତାଙ୍କ ର ଏହି ସ୍ଵେଚ୍ଛାସବୀ ମୂଳକ କାର୍ଯ୍ୟ ଦ୍ଵାରା ବହୁତ୍ ଲୋକ ଉପକୃତ ହୋଇଛନ୍ତି।କେବଳ ଏତିକି ନୁହଁ ଓଡ଼ିଶା ବ୍ୟତୀତ ବିଦେଶରେ ମଧ୍ୟ ସେ ଏକ ଜଣା ଶୁଣା ଚେହେରା ।ତାଙ୍କ ଦ୍ଵାରା ପ୍ରଭାବିତ ହୋଇ ବାଂଲାଦେଶ ରୁ ମଧ୍ୟ ଲୋକ ମାନେ କମନ୍ ଟାଇମ୍ସ ରେ ସାମିଲ ହୋଇଥିଲେ । ମାତ୍ର 44 ବର୍ଷ ବୟସ ରେ ସେ ସଫଳତା ର ଅନେକ ସୋପନ ଅତିକ୍ରମ କରିଥିଲେ ଓ ଜନ ସାଧାରଣଙ୍କ ପାଇଁ ଅନେକ କିଛି କରିବା ପାଇଁ ମନରେ ପରିକଳ୍ପନା କରିଥିଲେ ମାତ୍ର ତାଙ୍କର ଏହି ସବୁ ଆଶା ଆକାଂକ୍ଷା ଆଜି ଅଧୁରା ରହିଯାଇଛି, ପ୍ରକୃତିର ବାମ ନୀତି ତାଙ୍କୁ ଆମ ଗହଣରୁ ଅନେକ ଦୂରକୁ ନେଇ ଯାଇଛି।ତାଙ୍କ ର ଅକାଳ ବିୟୋଗ ସାମ୍ବାଦିକ ତଥା ସମସ୍ତ ମହଲରେ ଏକ ଶୂନ୍ୟସ୍ଥାନ ପକାଇ ଦେଇଛି ଯାହାକୁ ତାଙ୍କ ବ୍ୟତିରେକ କେହିବି ପୁରାଣ କରି ପାରିବେ ନାହିଁ।କେବଳ ଏତିକି ନୁହଁ ତାଙ୍କ ନିଧନ ଘଟିବାର ଏକ ଉଚ୍ଚ ଚିନ୍ତନଶିଳ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ଵ ରେ ମଧ୍ୟ ପୂର୍ଣ୍ଣଛଦ ଲାଗି ଯାଇଛି। ଏହି ଶୋକାକୁଳ ସ୍ଥିତିରେ ପ୍ରଭୁ ତାଙ୍କ ପରିବାର କୁ ସାହା ହୁଅନ୍ତୁ ଓ ତାଙ୍କ ଆତ୍ମା ର ସଦ୍ଗତୀ ହଉ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କେବଳ ଏକ ମାତ୍ର ପ୍ରାର୍ଥନା।
ଅନୁଗୁଳ ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ

