ପଦ୍ମପୁର :-
ଆଜି ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲେକ୍ଷ ପଦ୍ମପୁର ଆଇନ ସେବା ପ୍ରାଧୀକରଣ ସମିତି ପକ୍ଷରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି । ପଦ୍ମପୁର ଏସଡିଜେଏମ ବିଚାରପତି ବି ଡି ଡି ଚନ୍ଦନା ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ଅବସର ରେ ଆଇନଜୀବୀ ଶ୍ରୀ ଗୌନ୍ତିଆ ସାହୁ,ଶାନ୍ତନୁ ତ୍ରିପାଠୀ,ଆଶିଷ ମିଶ୍ରଙ୍କ ସମେତ ପିଏଲଭି ମାନେ ଉପସ୍ଥିତ ଥିଲେ । ପିଏଲଭି ମାନେ ପଦ୍ମପୁର ସହର ଭିତରେ ବ୍ୟାନର ଧରି ଏକ ଶୋଭାଯାତ୍ରାରେ ବାହାରି ମାଗଣାରେ ଆଇନ ସେବା ପାଇବା ପାଇଁ ଲୋକଙ୍କୁ ସଚେତନ କରିଥିଲେ । ପରେ ପଦ୍ମପୁର ନିକଟସ୍ଥ ଦେଉଳି ସରକାରୀ ପ୍ରାଥମିକ ସ୍କୁଲରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଆଇନ ସେବା ପ୍ରାଧୀକରଣ ସମିତି ମାଧ୍ୟମରେ ଲୋକେ କିପରି ମାଗଣାରେ ଆଇନ ସହାୟତା ପାଇ ପାରିବେ ସେହି ବିଷୟରେ ଆଲୋଚନା କରା ଯାଇଥିଲା । ଏହି ଶିବିରରେ ଗ୍ରାମର ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ଏହି ଶିବିର ରେ ଶାନ୍ତନୁ ତ୍ରିପାଠୀ,ଆଶିଷ ମିଶ୍ର,ସିପୁନ ପାଣିଗ୍ରାହୀ,କିର୍ତ୍ତି ସାହୁ,ପ୍ରସନ୍ନ ମହାନନ୍ଦ,ରମେଶ ଜାଲ,ସୂର୍ଯ୍ୟକାନ୍ତ ମହାନ୍ତି,ଜଗନ୍ନାଥ ଲୁହାର,ଆନନ୍ଦ ପ୍ରଧାନ,ଅନନ୍ତ ପ୍ରଧାନ,ଶଶିଭୂଷଣ ଦାସ,ମୀନକେତନ ମେହେର,ନିରୋଜ ଦୋରା,କୌଲାସ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

