Type Here to Get Search Results !

ଜଗତସିଂହପୁର ପୋଲିସର ସଫଳତା,540ଗ୍ରାମ ବ୍ରାଉନ ସୁଗର ସହ 21ଲକ୍ଷ ଜବତ


ଜଗତସିଂହପୁର :-

ଜଗତସିଂହପୁର ଜିଲ୍ଲା ପୋଲିସକୁ ବଡ଼ ସଫଳତା।ଜିଲାର କୁଜଙ୍ଗ ଥାନା, ରଘୁନାଥପୁର ଥାନା, ଏରସମା ଥାନା ପକ୍ଷରୁ ଚଢ଼ାଉ କରାଯାଇ 540ଗ୍ରାମବ୍ରାଉନ ସୁଗାର,21ଲକ୍ଷ ଟଙ୍କା ଏବଂ ସୁନା ଅଳଙ୍କାର ଜବତ ସହ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂ ସୂଚନା ପ୍ରଦାନ କରିଛନ୍ତି। ଚୋର ବ୍ରାଉନ ସୁଗାର ବେପାରୀଙ୍କ ମଧ୍ୟରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ହାତୁଆରୀ ଗ୍ରାମର ମାନସ ସ୍ୱାଇଁ, ଅଭୟଚାନ୍ଦପୁର ଥାନା ନୂଆଗାଁ ଗ୍ରାମରର ବିଶ୍ୱପ୍ରକାଶ ନାୟକ, ଏରସମା ଥାନା ମହିମାଦେଇପୁର ଗ୍ରାମର ଜ୍ୟୋତିରଞ୍ଜନ ଲେଙ୍କା,ସେହିଭଳି କୁଜଙ୍ଗ ଥାନା ଷଣ୍ଢ ପୁର ଗ୍ରାମର ଅକ୍ଷୟ ସ୍ୱାଇଁ,ବନ୍ଦନା ସ୍ୱାଇଁ, ଫତେପୁର ଗ୍ରାମର ରାଜେସ ସାମଲ, ରଘୁନାଥପୁର ଥାନା ହୁରାସାହି ଗ୍ରାମର ଲୋକନାଥ ରାଉତଙ୍କ ଠାରୁ ମୋଟ ମିଶି 540ଗ୍ରାମ ଚୋରା ବ୍ରାଉନସୁଗାର ଜବତ କରିବା ସହିତ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.