ତାଳଚେର :-
ତାଳଚେର ଟାଉନ୍ ସ୍ଥିତ ହୋଟେଲ୍ ଗ୍ରୀନ ପାର୍କ ଠାରେ ତାଳଚେର ପୌର ମଣ୍ଡଳ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ।
ତେବେ ଘଟଣାରୁ ପ୍ରକାଶ ଯେ ତାଳଚେର ପୌରପରିଷଦ ତା ୦୧.୦୪.୨୦ ୨୧ ରିଖରେ ତାଳଚେର ପୌରାଳରେ ଯେଉଁ ମନମୁଖୀ ଅନ୍ୟାୟ ତୃଟିପୂର୍ଣ ଗୃହ ଟିକସ ଲାଗୁ କରିଛଛି ତାହା ତାଳଚେର ପୌରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲାଯେ, ଏହି ତୃଟିପୂର୍ଣ୍ଣ ନିଷ୍ପତି ଫଳରେ ସହବାସୀଙ୍କ ଉପରେ କରୋନା ସମୟରେ ବୋଝ ଉପରେ ଲଳିତାବିଡା ସଦୃଶ । ପୂର୍ବ ନିର୍ଦ୍ଧାରିତ ଟିକସ ଠାରୁ, ନୂତନ ନିର୍ଦ୍ଧାରିତ ଟିକସ ବହୁଗୁଣିତ ହୋଇଛି । ଯାହାକି ପୌରବାସୀଙ୍କ ପକ୍ଷେ ଦେବା ସମ୍ଭବପର ନୁହେଁ । ଆଉ ମଧ୍ୟ ରାଜ୍ୟ ମୂଲ୍ୟାୟନ ଅଧୁକାରୀଙ୍କ ନିର୍ଦ୍ଦେଶକ୍ରମେ ତାଳଚେର ପୌରାଂଚଳରେ ହୋଇଥିବା ମୂଲ୍ୟାୟନ ସଂପୂର୍ଣ୍ଣ ତୃଟିପୂର୍ଣ୍ଣ ଅଟେ । ତାଳଚେର ପୌର ପରିଷଦର ଧାର୍ଯ୍ୟ ଟିକସରେ ଜଳକର ବାବଦକୁ ଶତକଡା ୩ ପ୍ରତିଶତ ନେଇଛନ୍ତି । ଯାହାକି ସଂପୂର୍ଣ୍ଣ ଅନ୍ୟାୟ ଅଟେ । ଏହି ଜଳକରକୁ ଚିଠି ସଂଖ୍ୟା-13339/HUD Dt. 28.05.2018 ମସିହାରେ ସହରାଂଚଳବାସୀଙ୍କ ଠାରୁ ଷ୍ଟାଣ୍ଡ ପୋଷ୍ଟ ବାବଦକୁ ଗୃହ ଓ ନଗର ଉନ୍ନୟନ ବିଭାଗ ଓଡିଶା ସରକାର ସଂପୂର୍ଣ୍ଣ ଛାଡ କରିଛନ୍ତି । କିନ୍ତୁ ତାଳଚେର ପୌରପରିଷଦ ଆଜି ତାରିଖ ସୁଧା ଜଳକର ଆଦାୟ କରୁଛନ୍ତି
ଯେହେତୁ ତାଳଚେର ସହରବାସୀ, ବିଜେପି କୁ ବିରୋଧୀ ଭୂମିକା ନିର୍ବାହ କରିବାକୁ ସେହି ପରିପ୍ରେକ୍ଷୀରେ ବିଜେପି ପୌର ମଣ୍ଡଳ ପୌରପରିଷଦର ଗୃହ ଟିକସ ଉପରେ ଅନ୍ୟାୟ ନିଷ୍ପତି ବିରୁଦ୍ଧରେ ପୌର ପ୍ରଶାସକ ତଥା ଉପଜିଲ୍ଲପାଳ ତାଳଚେର, ଜିଲ୍ଲାପାଳ ଅନୁଗୋଳ, ନିର୍ଦ୍ଦେଶକ ଓ ସଚିବ ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡିଶା, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଓଡିଶା ସରକାର, ସ୍ଥାନୀୟ ବିଧାୟକ ସାଂସଦଙ୍କୁ ଲିଖୁତ ଅବଗତ କରିବା ସହ ଗଣତାବିକ ଉପାୟରେ ପ୍ରତିବାଦ ସଭା ଓ ପୌର କାର୍ଯ୍ୟାଳୟ ଆଗରେ ଧାରଣ ଦେବା ପରେ ମଧ୍ୟ ଆମ୍ଭର ନ୍ୟାୟିକ ବିଚାରପ୍ରତି କେହି କର୍ଣ୍ଣପାତ କଲେ ନାହିଁ । ସହରବାସୀଙ୍କ ସ୍ବାର୍ଥ ଦୃଷ୍ଟିର ଭାରତୀୟ ଜନତା ପାର୍ଟି ତାଳଚେର ପୌର ମଣ୍ଡଳ ପୂର୍ବ ଘୋଷଣା ଅନୁଯାୟୀ ବାଧ୍ୟ ହୋଇ ମାନ୍ୟବର ଓଡ଼ିଶା ଉଚ୍ଚନ୍ୟାୟାଳୟର ଦ୍ଵାରସୁ ହୋଇଥିଲୁ । ଆମର ସମସ୍ତ ସୂଚନା ଅଧୁକାର (RTI) ମାଧ୍ୟମ ଦ୍ୱାରା ପ୍ରାପ୍ତ ସମସ୍ତ ତଥା ଓ ଆନ୍ତର ନ୍ୟାୟଚିତ ପ୍ରର୍ଥନାକୁ ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡିଶା ବଦ୍ଧିତ ଟିକସକୁ ସୁଗିତ ରଖୁ ତା ୦୧.୦୪.୨୦୨୧ ରିଖରେ ଲାଗୁ କରିଥିବା ନୂତନ ଟିକସ ବଦଳରେ ପୂର୍ବରୁ ଦିଆଯାଉଥିବା ପୁରୁଣା ଟିକସ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶକୁ ତୁରନ୍ତ ସହରର ସମସ୍ତଙ୍କ ଠାରେ ଲାଗୁ କରିବା ପାଇଁ ଆମେ ପୌରପରିଷଦ ନିର୍ବାହୀ ଅଧୁକାରୀଣୀଙ୍କୁ ଲିଖୁତ ଭାବରେ ଜଣେଇବା ସହ ମାନ୍ୟବର ହାଇକୋର୍ଟ ଓଡିଶାଙ୍କ ନିର୍ଦ୍ଦେଶର ନକଲ ନିର୍ବାହୀ ଅଧୁକାରୀଣୀଙ୍କୁ ମଧ୍ୟ ପ୍ରଦାନ କରିଛୁ ଏବଂ ଆପଣମାନଙ୍କ ମାଧ୍ୟମରେ ଏହି ନିଷ୍ପତିକୁ ସହରବାସୀଙ୍କ ଉଦେଶ୍ୟରେ ଅବଗତ କରାଇବା ପାଇଁ ମଧ୍ୟ ନିବେଦନ କରୁଅଛୁ । ଏବଂ ତାଳଚେର ପୌର ବାସୀଙ୍କ ତରଫରୁ ମାନ୍ୟବର ହାଇକୋର୍ଟ ଓଡିଶାଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ ।ଏହି ଅବସରରେ ତାଳଚେର ପୌର ମଣ୍ଡଳ ବିଜେପିର ବରିଷ୍ଠ ନେତା ତଥା ପ୍ରାକ୍ତନ ସାଂସଦ ରବି ନାରାୟଣ ପାଣି, ବରିଷ୍ଠ ବିଜେପି ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ପୌର ନଗର ସଭାପତି ଯୋଷୋବନ୍ତ ଦାସ୍ ଙ୍କ ସମେତ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଓ ସାମ୍ୱାଦିକ ମାନେ ଉପସ୍ଥିତ ଥିଲେ ।
ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ

