Type Here to Get Search Results !

ବୋଡାସମ୍ବର ଶାରଦୀୟ ଦୁର୍ଗାପୂଜା ପାଇଁ ଭବ୍ୟ ମଣ୍ଡପ ନିର୍ମାଣ କାର୍ଯ୍ୟ ଯୋରସୋର ଚାଳିଛି


ପଦ୍ମପୁର :-

ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ରାଜବାଟି ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଏକ ଭବ୍ଯ ପୂଜା ମଣ୍ଡପ ନିର୍ମାଣ କାର୍ଯ୍ୟ ପାଇଁ ଜଗତ ଜନନୀ ଦଶଭୁଜା ମହାମାୟା ଦୂର୍ଗତୀ ନାଶିନୀ ମାଁ ଦୁର୍ଗା ଦୈବୀ ଙ୍କ ପ୍ରେରଣାରୁ ପଦ୍ମପୁର ସହରର ବିଶିଷ୍ଟ ସମାଜସେବୀ ଶ୍ରୀ ଅମରଦୀପ ଅଗ୍ରୱାଲଙ୍କ ପୂର୍ଣ୍ଣ ସହଯୋଗରେ ବ୍ୟୟ ବହୁଳ ଭବ୍ୟ ମଣ୍ଡପ ନିର୍ମାଣ କାର୍ଯ୍ୟ ଚାଳିଛି । ମଣ୍ଡପ ନିର୍ମାଣ କାରୁକାର୍ଯ୍ୟ ଶାନ୍ତି ଶିଳ୍ପୀ ଅର୍ଜୁନ ଗିଙ୍ଗିରା ଅତି ସୁନ୍ଦର ଭାବରେ ମଣ୍ଡପ ବିଭିନ୍ନ ପ୍ରକାରର ମୂର୍ତ୍ତି ନିର୍ମିତ କାରୁ କାର୍ଯ୍ୟ ବେଶ ମନଲୋଭା ହୋଇଛି । ପ୍ରାୟ ପଦ୍ମପୁର ସହରର ଯାହାକି ଦର୍ଶକ ମାନଙ୍କୁ ବେଶ୍ ଆକୃଷ୍ଟ କରୁଛି । ପଦ୍ମପୁର ସହର ଉପରେ ନିର୍ଭର ଗ୍ରାମାଞ୍ଚଳ ଲୋକେ ମଧ୍ୟ ରାଜବାଟି କୁ ଯାଇ ନିର୍ମାଣ କାରୁକାର୍ଯ୍ୟ ଦେଖୁଥିବା ପରିଲକ୍ଷିତ ହେଉଛି । ମଣ୍ଡପ ନିର୍ମାଣ କାର୍ଯ୍ୟ ପୂଜା ପର୍ବରୁ ସମ୍ପୂର୍ଣ୍ଣ ହେବ ବୋଲି ବିଶିଷ୍ଟ ସମାଜସେବୀ ଶ୍ରୀ ଅମରଦୀପ ଅଗ୍ରୱାଲ ସାମ୍ବାଦିକଙ୍କ ଠାରେ ପ୍ରକାଶ କରିଥାନ୍ତି । ସର୍ବ ପୁରାତନ ଅସ୍ଥାୟୀ ମଣ୍ଡପରେ ମାଁ ଦଶଭୁଜା ଦୁର୍ଗାଙ୍କ ପୂଜାର୍ଚ୍ଚନା ହେଉ ଆସୁଥିବା ବେଳେ ଦୂର୍ଗା ପୂଜା ମଣ୍ଡପ ନିର୍ମାଣ ପାଇଁ ଶାରଦୀୟ ଦୁର୍ଗାପୂଜା ପରିଚାଳନା କମିଟିଙ୍କ ନିର୍ଦ୍ଦେଶନା ଓ ଜଗତ ଜନନୀ ଦୂର୍ଗତୀ ନାଶିନୀ ମାଁ ଦୁର୍ଗାଙ୍କ ଆଶିଷ ଏବଂ ଅପାର କରୁଣା ରୁ ସମାଜସେବୀ ଶ୍ରୀ ଅମରଦୀପ ଅଗ୍ରୱାଲଙ୍କ ନିଜସ୍ବ ଅର୍ଥ ବରାଦରେ ଭବ୍ୟ ମଣ୍ଡପ ନିର୍ମାଣ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଦାୟିତ୍ଵ ବହନ କରୁଛନ୍ତି । ମାଁ ପୂଜା ମଣ୍ଡପ ନିର୍ମାଣ କାର୍ଯ୍ୟ ପଶ୍ଚିମ ଓଡ଼ିଶାର ଭିନ୍ନ କାର୍ଯ୍ୟ ଶୈଳୀରେ ଓ ସୌନ୍ଦର୍ଯ୍ୟ କରଣ ଭାବରେ ମଣ୍ଡପ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି ।

ବରଗଡ଼ ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.