ଝାରସୁଗୁଡ଼ା :-
ଝାରସୁଗୁଡା ପ୍ରେସକ୍ଳବ ର ସଭାପତି ତପସ୍ୱୀଲାଲ୍ ତିଓଆରୀ ଙ୍କ ସଭାପତି ତ୍ୱ ରେ ଜିଲ୍ଲା ର ନିକଟରେ ଥିବା ପ୍ରେସକ୍ଳବ ରେ ଜିଲ୍ଲା ର ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ତ୍ରୀନାଥ ଗୋଏଲ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ।
ସମସ୍ତ ସାମ୍ବାଦିକ ଙ୍କ ଉପସ୍ଥିତିରେ ପ୍ରତୀଭାଶାଳୀ ସାମ୍ବାଦିକ ସ୍ୱର୍ଗତ ଅମଜାଦ୍ ବାଦସାହ,ସ୍ୱର୍ଗତ ସୁବାସ ସାହାରେ ,ସ୍ୱର୍ଗତ ଅରିନ୍ଦମ ଦାସ ଙ୍କ ଫଟୋକୃତୀ ରେ ପୁଷ୍ପାଞ୍ଜଳି ଅର୍ପଣ କରି ତାଙ୍କର ଅମର ଆତ୍ମାର ସତଗତି ପାଇଁ ଦୁଇ ମିନିଟ ନିରବ ଶୋକ ପ୍ରାର୍ଥନା କରାଯାଇଥିଲା ।ଏବଂ ନୂତନ ସଭାପତି, ସମ୍ପାଦକ, କାର୍ଯ୍ୟ କାରିଣୀ କମିଟି ଗଠନ କରାଯାଇଥିଲା ।
ନୂତନ ସଭାପତି ସନ୍ତୋଷ ମିଶ୍ର, କାର୍ଯ୍ୟ କାରିଣୀ ସଭାପତି ସୁବାସ ପ୍ରଧାନ, ସାଧାରଣ ସମ୍ପାଦକ ସୁଦାମ ସାହୁ, ଯୁଗ୍ମ ସମ୍ପାଦକ ମୁକେଶ ପଧାନ , କୋଷାଧ୍ୟକ୍ଷ ପ୍ରଶାନ୍ତ ମାଝି ,ଯୁଗ୍ମ ସମ୍ପାଦକ ବିକ୍ରମ ମହାପାତ୍ର, ଉପଦେଷ୍ଟା ଭାବେ ତପସ୍ୱୀ ଲାଲ୍ ତୀଓଆରୀ,ମେହବୁବ୍ ମହତାବ, ସନ୍ତୋଷ ମହାପାତ୍ର, ସଭା ସମିତି କର୍ମ ଶାଳା ଆୟୋଜନ କମିଟି ରେ ସନ୍ତୋଷ ସାହୁ ,ଅଜିତ କୁମାର ରଥ ,ରବି କୁମାର ,ଜିତେନ୍ଦ୍ର ଦେବତା ,ଆନନ୍ଦ ତୀଓଆରୀ ଏବଂ ବୀଜୟ ଦାସ ଙ୍କୁ ଦାଇତ୍ୱ ଦିଆ ଯାଇଥିଲା ଏବଂ ଜିଲ୍ଲା ପ୍ରଶାସନ, ସମାଜ ର କଲ୍ୟାଣ କ୍ଳବ ର ସାମ୍ବାଦିକ ମାନଙ୍କ ମଧ୍ୟରେ ବନ୍ଧୁତା ର ସମ୍ପର୍କ ଖେଳିଉଠିଥିଲା ।
ଝାରସୁଗୁଡ଼ା ରୁ ସୁରେଶ କଲତା ଙ୍କ ରିପୋର୍ଟ



