Type Here to Get Search Results !

ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ଧାରଣା ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ


ଝାରସୁଗୁଡ଼ା :- 

ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ଧାରଣା ଦିଆ ଯାଇଥିଲା। ଜିଲ୍ଲାରେ ଅନେକ ଶିଳ୍ପ ସଂସ୍ଥା ଓ ଖଣି ଖାଦାନ ଥାଇ ମଧ୍ୟ ସ୍ଥାନୀୟ ଲୋକେ ବେକାର ହୋଇ ବୁଲୁଛନ୍ତି। ବେକାରୀ ସମସ୍ୟା ଜିଲ୍ଲାରେ ଉତ୍କଟ ରୂପ ଧାରଣ କରୁଥିବା ବେଳେ ଅନ୍ୟ ଜିଲ୍ଲା ଓ ରାଜ୍ୟ ର ଲୋକଙ୍କୁ ଏଠି ନିଯୁକ୍ତି ଦେଇ ଠକି ଚାଲୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ। ପ୍ରତ୍ୟେକ ବ୍ଲକ୍ ଓ ମୁନିଶିପାଲିଟି ରେ ନିଯୁକ୍ତି ପଂଜିକରଣ ୱିଙ୍ଗ ଖୋଲିବା ପାଇଁ ଏଠି ଦାବି କରିଛନ୍ତି। ଏହାସହ ବିଭିନ୍ନ ଶିଳ୍ପାନୁଷ୍ଠାନ ରେ ଠିକା ନିଯୁକ୍ତି ରେ ସ୍ଥାନୀୟ ଲୋକଙ୍କୁ ଗୁରୁତ୍ଵ ଦେବା, ଜିଲ୍ଲା ରେ ଶିକ୍ଷା ପରେ ନିଶ୍ଚିତ କର୍ମ ନିଯୁକ୍ତି ପ୍ରଦାନ ଆଦି ବିଭିନ୍ନ ଦାବି ରଖିଥିଲେ ଆନ୍ଦୋଳନକାରୀ। ଶେଷରେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଏ ନେଇ ଦାବୀପତ୍ର ପ୍ରଦାନ କରାଯାଇଥିଲା। ଆଜିର ଏହି ଧାରଣା ରେ ଅଖିଳ ଭାରତ ଯୁବ ସଂଘ ର ସଭାପତି ରମାକାନ୍ତ ସାହୁ, ସହ ସମ୍ପାଦକ ମାନସ ପ୍ରଧାନ, କମ୍ୟୁନିଷ୍ଟ ଦଳ ପକ୍ଷରୁ ରମେଶ ତ୍ରିପାଠୀ, ସାରଙ୍ଗ ମିଶ୍ର, ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ରହି ଧାରଣା କୁ ସମର୍ଥନ କରିଥିଲେ। 

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.