ବଲାଙ୍ଗୀର :-
ସାତ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଵିଭାଗ ହାତରେ ଧରାପଡିଲେ ବଲାଙ୍ଗୀର ଜିଲ୍ଲା କୃଷି ଜିଲ୍ଲା ଅଧିକାରୀ ହିମାଂଶୁ ଶେଖର ପାଢ଼ୀ। ପିଓଏସ ମେସିନ ନବୀକରଣ ପାଇଁ ଜଣେ ଲାଇସନ୍ସପ୍ରାପ୍ତ ସାର ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସର ଅଧିକାରୀମାନେ ତାଙ୍କୁ କାବୁ କରିଛନ୍ତି ।
ଜିଲ୍ଲା କୃଷି ଅଧିକାରୀ ପାଢ଼ୀ ପିଓଏସ ମେସିନ କରାଇ ଦେବା ପାଇଁ ଗାଁର ସାର ଦୋକାନୀ ଦୁର୍ଯ୍ୟୋଧନ ବାରିକଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଲେ ଭିଜିଲାନସ ହାତରେ ଧରାପଡ଼ିଛନ୍ତି। ଦୁର୍ଯ୍ୟୋଧନଙ୍କର ଏକ ସାର ଦୋକାନ କରିଥିବା ବେଳେ ସାର ବିକ୍ରି କରିବା ପାଇଁ ମାଗଣାରେ ପିଓଏସ ମେସିନ ପାଇବା କଥା। କିନ୍ତୁ ମାଗଣା ମେସିନ ଦେବା ପାଇଁ ବଲାଙ୍ଗୀର କୃଷି ଜିଲ୍ଲା ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ସାର ଦୋକାନୀ ଏନେଇ ଭିଜିଲାନ୍ସ ବିଭାଗ ର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ନିଜ ଅଫିସରେ ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢୀ, ସାର ଦୋକାନୀଙ୍କ ଠାରୁ କେମିକାଲ ମିଶା ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଵିଭାଗ ଚଢାଉ କରି କାବୁ କରିଥିଲା । ପରେ ଶ୍ରୀ ପାଢୀ ରହୁଥିବା ହାତୀଶାଳପଡା ଭଡ଼ାଘରକୁ ଯାଇ ଭିଜିଲାନ୍ସ ଵିଭାଗ ଖାନତଲାସି କରିଥିଲା। ଭିଜିଲାନ୍ସ ବିଭାଗ ପକ୍ଷରୁ କୃଷି ଜିଲ୍ଲା ଅଧିକାରୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ସେପଟେ ସବୁ ତଥ୍ୟ ପ୍ରମାଣ ଥିଲେ ମଧ୍ୟ ଲାଞ୍ଚ ନେବା କଥାକୁ ଅସ୍ୱୀକାର କରିଛନ୍ତି ହିମାଂଶୁ ଶେଖର ପାଢୀ ଜିଲ୍ଲା କୃଷି ଅଧିକାରୀ ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।


