ପଦ୍ମପୁର :-
କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ତିନି କଳା କୄଷି ଆଇନକୁ ବିରୋଧ କରି ଏହି ତିନିଗୋଟି କଳା ଆଇନକୁ ପ୍ରତ୍ୟାହାର ଦାବୀରେ କିଶାନ ଏକତା ମଞ୍ଚ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମର୍ଥନ କରି ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ ଆଜି ପଦ୍ମପୁର ସହର ତଥା ଅଞ୍ଚଳକୁ ବନ୍ଦ କରାଯାଇଛି । ଏହି ବନ୍ଦ ପାଳନକୁ ପଦ୍ମପୁର କଂଗ୍ରେସ ପକ୍ଷରୁ ମଧ୍ୟ ସମର୍ଥନ ଦିଆଯାଇଛି । ଆଜି ଭେଉଁରିଆ ଛକଠାରେ ରାଜବୋଡାସମ୍ବର କୄଷକ ସଂଗଠନର ସଦସ୍ୟ ମାନେ ସକାଳୁ ଧାରଣା ଦେବା ସହ କୄଷି ବିଲ ବିରୋଧରେ ବିଭିନ୍ନ ନାରାବାଜୀ କରୁଛନ୍ତି । ଏହି ବନ୍ଦ ପାଳନ ସମୟରେ କୄଷକ ସଂଗଠନର ଆବାହକ ଅଶୋକ ସାହୁ, ଦହିତ ସାହୁ,ବିଶ୍ବନାଥ ରଣା,କୈଳାସ ବାରିକ,ଚିତ୍ତରଞ୍ଜନ ପାଣ୍ଡେ,ମୁକ୍ତେଶ୍ଵର ପଟେଲ, ଆଇନଜୀବୀ ଅଜିତ ଶତପଥି, ଆଇନଜୀବୀ ଗୌନ୍ତିଆ କୁମାର ସାହୁ ତଥା ଅନ୍ୟାନ୍ୟ କଂଗ୍ରେସ କର୍ମୀ ସାମିଲ ଥିଲେ । ପାଇକମାଲ,ଝାରବନ୍ଧ,ଗାଇସିଲେ,ସୋହେଲା,ବିଜେପୁର, ଆଦି ଅଞ୍ଚଳର ଭାରତ ବନ୍ଦ କରି ସମର୍ଥନ ଜଣାଇଛନ୍ତି ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

