ଝାରସୁଗୁଡ଼ା :-
ଆଜି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜିଲ୍ଲାର ସମସ୍ତ ଆଶାକର୍ମୀ ଆନ୍ଦୋଳନ ରେ ବସିଥିଲେ। ବିଭିନ୍ନ କ୍ଷେତ୍ରରେ ସେମାନଙ୍କୁ ଦିଆଯାଉଥିବା ଅତ୍ୟାଚାର କୁ ଆଜି ଆଶାକର୍ମୀ ମାନେ ଆନ୍ଦୋଳନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଜଣାଇବା ସହ ୧୧ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।
ସୂଚନା ଅନୁସାରେ, ଆଶାକର୍ମୀ ଙ୍କୁ ଲେବର ରୁମ୍ ମଧ୍ୟରେ ପ୍ରବେଶ ନିଷେଧ କରାଯିବା, ମେଡିକାଲ କର୍ମଚାରୀ ଙ୍କ ଦ୍ଵାରା ଅପମାନ ପ୍ରଦର୍ଶନ, ଆଶାକର୍ମୀ ଙ୍କ ଭତ୍ତା ଠିକ୍ ସମୟରେ ପ୍ରଦାନ ନ ହେବା, ସେମାନଙ୍କୁ କର୍ମଚାରୀ ମାନ୍ୟତା ପ୍ରଦାନ ପାଇଁ ତଥା ଯିବା ଆସିବା ସୁବିଧା ପ୍ରଦାନ, ଏ ଏନ୍ ଏମ ମାନଙ୍କ ଦ୍ଵାରା ଆଶା କର୍ମୀ ଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆଦି ବିଭିନ୍ନ ୧୧ ଦଫା ଦାବିରେ ଆଜି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶାକର୍ମୀ ମାନେ ଆନ୍ଦୋଳନ ରେ ବସିଥିଲେ। ଯଦି ଏହି ଉପରୋକ୍ତ ଦାବି ପୂରଣ ନ ହୁଏ ତେବେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଆଶାକର୍ମୀ ସଂଘ। ଏନେଇ ଆଶାକର୍ମୀ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତ।
ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

