Type Here to Get Search Results !

ମୁଖ୍ୟମନ୍ତ୍ରୀଙ୍କ ପୋଷ୍ୟ ନିର୍ବାଚନ ମଣ୍ଡଳୀ : ଗାଁକୁ ନାହିଁ ପକ୍କା ରାସ୍ତା


ବରଗଡ଼ :-

ବରଗଡ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀ ଗାଇସିଲାଟ ବ୍ଲକ ରାଇସଲପଦର ପଞ୍ଚାୟତ ଅନ୍ତର୍ଗତ ନାଥପାଲି ଗ୍ରାମ କୁ ନାହିଁ ପକ୍କା ରାସ୍ତା। ଅଛରାଏ ବର୍ଷା  ହେଲେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । 

ଜନସଂଖ୍ୟା ପାଖାପାଖି ୧୨ସହ ରୁ ୧୫ସହ। ଏହି ଗ୍ରାମକୁ ଗତାଗତ କରିବା ପାଇଁ ମାତ୍ର ଗୋଟିଏ ରାସ୍ତା ଥିବାବେଳେ ଏବେ ତାହା କାଦୁଅ ସରସର ।  ରାସ୍ତା ଯୋଗୁଁ ଅନେକ ଦୁର୍ଘଟଣା ହୋଇଥିବା ବେଳେ  ଆମ୍ବୁଲାନ୍ସ ମଧ୍ୟ ଗାଁକୁ ଆସୁନଥିବା ଲୋକେ କହୁଛନ୍ତି। ଫଲରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହଉନାହିଁ । ଏଇ ସମସ୍ୟା କୁ ନେଇ ସମାଜ ସେବୀ ଆଶିଷ ଜ୍ୟୋତିଷ ମୁଖ୍ୟମନ୍ତ୍ରୀ ଟୁଇଟ କରି ନିବେଦନ କରିଛନ୍ତି । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.