Type Here to Get Search Results !

ପାଇକମାଲରେ କୃଷକ ସମାବେଶ: ନଅ ଦଫା ଦାବୀପତ୍ର ପ୍ରଦାନ


ପଦ୍ମପୁର :-

ପଦ୍ମପୁର ଉପଖଣ୍ଡ ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପାଇକମାଲ ବ୍ଲକ କୃଷକ ସଙ୍ଗଠନ ପକ୍ଷରୁ ପାଇକମାଲ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ନଅ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସର୍ବ ପ୍ରଥମେ କୃଷକ ମାନେ ପାଇକମାଲ ବଜାର ପ୍ରାଙ୍ଗଣରେ ମିଳିତ ହୋଇ ଶୋଭାଯାତ୍ରାରେ ବାହାରି ପାଇକମାଲ ତହସିଲ କାର୍ଯ୍ଯଳୟ ରେ ପହଞ୍ଚି ଥିଲେ ।ଏହି ଶୋଭାଯାତ୍ରାରେ ଚାଷୀ ଓ ମହିଲା ମାନେ ଶହ ଶହ ସଂଖ୍ଯାରେ ଯୋଗଦାନ କରିଥିଲେ । ପାଇକମାଲ ତହସିଲ ଅଫିସ ସମ୍ମୁଖରେ ଚାଷୀ ନେତା ବିଶ୍ଵନାଥ ରଣାଙ୍କ ସଭାପତିତ୍ବ ରେ ଏକ କୃଷକ ସମାବେଶ ସଭା ଆୟୋଜନ ହୋଇଥିଲା । ଏହି ସଭାରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ନେତା ମାନେ ବକୃତା ପ୍ରଦାନ କରିଥିଲେ । ଦାବୀ ଗୁଡିକ ମଧ୍ଯରେ ପାଇକମାଲ ବ୍ଲକକୁ ମରୁଡ଼ି ଘୋଷଣା,ସମ୍ପୁର୍ଣ୍ଣ ରୂପେ କୃଷିରଣ ଛାଡ,କୃଷକ ନିମନ୍ତେ କେନ୍ଦ୍ର ସରକାରଙ୍କ ର କୃଷି ଆଇନ ପ୍ରତ୍ୟାହାର,ପାଇକମାଲ ସମସ୍ତ ଜମିକୁ ଜଳସେଚନ ସୁବିଧା,ବିକ୍ରିୟ ହୋଇଥିବା ଧାନ ବସ୍ତା ର ଟଙ୍କା ପ୍ରଦାନ,ଜମିର କିସମ ପରିବର୍ତ୍ତନ,ଉଠା ଜଳସେଚନ ବିଦ୍ୟୁତ ଶୁକ୍ଲ ଛାଡ,ଶ୍ରମିକ ମାନଙ୍କୁ କାମ ଯୋଗାଣ,ଚାଷୀ ଓ ଶ୍ରମିକ ପରିବାରକୁ ରାସନ କାର୍ଡ ଏବଂ କାଳିଆ ଯୋଜନା ଅର୍ଥ ଯୋଗାଇବା ଆଦି ନଅ ଦଫା ସମ୍ବଳିତ ଦାବିପତ୍ର କୁ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେରଙ୍କୁ ପ୍ରଦାନ କରା ଯାଇଥିଲା । ଏହି ଚାଷୀ ସମାବେଶରେ ଚାଷୀ ମାନଙ୍କ ମଧ୍ଯରୁ ଦହିତ ସାହୁ,ବାଳକୃଷ୍ଣ ବନଛୋର,ମୁକ୍ତେଶ୍ଵର ପଟେଲ,ପୀତାମ୍ବର ସାହୁ,ରାସ ବିହାର ସାହୁ,ବିପିନ ବିହାର ଠାକୁର,ପୁସ୍କର ବରିହା,ମଳୟ ଭୋଇ,ଲିଙ୍ଗରାଜ ପ୍ରଧାନ, ଅଜିତ ଶତପଥୀ,ନନ୍ଦଲାଲ ତ୍ରିବେଦୀ,ଯୁଧିଷ୍ଠିର ସାହୁ, ଅଶୋକ ସାହୁ,ବାଞ୍ଚାନିଧି ସାହୁ,କୈଳାସ ସାହୁ,ବିରେନ ପ୍ରଧାନ, ଅଶୋକ ସାହୁ,ହର ବଣିଆଙ୍କ ସମେତ ଚାଷୀ ସାମିଲ ଥିଲେ । ଆଗାମୀ ସମୟରେ ଯଦି ସରକାର ପଦକ୍ଷେପ ନ ନେବେ ତେବେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.