ଧାମନଗର :-
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପ୍ରଧାନୀ ଗ୍ରାମ ପଂଚାୟତ ର ରାମରା କୁଳ ଗ୍ରାମରେ ଆଜି ବନ୍ୟାଜଳ ରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ ଏହି ଗ୍ରାମର ଶ୍ରୀଧର ସାହୁଙ୍କ ପୁଅ ସୁଶାନ୍ତ ସାହୁ (୨୭)ବର୍ଷ ,ନଦୀବନ୍ଧ କୁ ଶୌଚ ପାଇଁ ଯିବାସମୟରେ ନଦୀରେ ଗୋଡ ଖସିଯିବାରୁ ଗଭୀର ସ୍ରୋତକୁ ଭାସିଯାଇଥିଲେ। ସ୍ରୋତ ବହୁତ ଜୋର ରେ ଥିବାରୁ ଗ୍ରାମ ବାସୀମାନେ କିଛି ସନ୍ଧାନ ନ ପାଇ, ତୁରନ୍ତ ଦମକଳ ବାହିନୀ କୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ,ଖବର ପାଇ ଧାମନଗର ଦମକଳ ବାହିନୀ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଧାମନଗର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ତାଙ୍କୁ ଦେଖିବାପରେ ମୃତ ଘୋଷଣା କରିଛନ୍ତି। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ


So sad 😭😭
ReplyDelete