ପିପିଲି :-
ଡେଲାଙ୍ଗ ପିପିଲି ଉପନିର୍ବାଚନ ତାରିଖ ଘୋଷଣା ପରେ ଏବେ ଜୋର ଦାର କମ୍ପୁଚି ନିର୍ବାଚନ ମଣ୍ଡଳୀ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମହିଳା ମାନେ ଓଡିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ କୁ ସ୍ବାଗତ କରୁଥିବାବେଳେ ଦଳର କର୍ମୀ ଓ ନେତାମାନେ ମହିଳାଭୋଟରଙ୍କ ମନ ଜିଣିବା ପାଇଁ ଲାଗିପଡିଛନ୍ତି। ଅନ୍ୟ ପଟେ ପ୍ରତେକ ପଞ୍ଚାୟତ ସ୍ତରରେ ବୈଠକ କରାଯାଉଛି ଆଜି ଡେଲାଙ୍ଗ ବ୍ଲକ ଅଭୟ ମୁଖୀ ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଉପନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ପଯ୍ୟବେକ୍ଷକ ସଂଧ୍ୟାରାଣୀ ବିଶ୍ଵାଳ ସଭାପତିତ୍ଵ କରିଥିବାବେଳେ ଡେଲାଙ୍ଗ ବ୍ଲକ ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସହୁ କାଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭୟ ମୁଖୀ ଗ୍ରାମ ପଞ୍ଚାୟତ ର ସମ୍ପାଦିକା ଶ୍ରୀମତୀ ଅନ୍ନପୂର୍ଣ୍ଣା ସେନାପତି, ସୁଜନପୁର ଗ୍ରାମ ପଞ୍ଚାୟତ ର ସମ୍ପାଦିକା ବନିତା ଦାଶ ଉପସ୍ଥିତ ଥିବା ବେଳେ ବହୁ ସଂଖ୍ୟା ରେ ବିଜୁଜନତା ଦଳର କର୍ମୀ ମାନେ ଯୋଗଦାନ ଦେଇ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାଯ୍ୟକ୍ରମକୁ ସ୍ବାଗତ କରିବା ସହିତ ଡେଲାଙ୍ଗ ପିପିଲି ରେ ହେବାକୁ ଥିବା ଉପନିର୍ବାଚନ ରେ କିଭଳି ଭାବରେ ବିଜୁଜନତା ଦଳ ର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଙ୍କୁ ବିପୁଳ ପରିମାଣ ରେ ଭୋଟ ଦେବା ତାହ ମଧ୍ୟ ଆଲୋଚନା କରାଯାଇଥିଲା।
ଡେଲାଙ୍ଗ ରୁ ପ୍ରଦୀପ କୁମାର ନାୟକ ଙ୍କ ରିପୋର୍ଟ

