Type Here to Get Search Results !

ବୁଥ ଲେବଲ ଅଧିକାରୀମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

 


ଝାରସୁଗୁଡ଼ା : - 

ଆଜି ଝାରସୁଗୁଡ଼ା ଠାରେ ବୁଥ ଲେବଲ ଅଧିକାରୀମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଡି ଏମ୍ ଏଫ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ଅଧିବେସନରେ ୦୬ - ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୦୭ - ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଆସିଷ୍ଟାଣ୍ଟ ଇଲେକଟୋରାଲ ରେଜିଷ୍ଟ୍ରେସନ ଅଫିସର ଯଥା ଝାରସୁଗୁଡ଼ା , ଲଖନପୁର , କୋଲାବିରା , କିରିମିରା ଓ ଲଇକେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ସମେତ ଝାରସୁଗୁଡ଼ା , ବ୍ରଜରାଜନଗର ଓ ବେଲପାହାଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ , ସମସ୍ତ ବୁଥ ଲେବଲ ସୁପରଭାଇଜରମାନେ ଯୋଗଦାନ କରିଥିଲେ । 


 କାର୍ଯ୍ୟକ୍ରମରେ 'ଭୋଟର ହେଲ୍ପ ଲାଇନ' ଓ ' ଗରୁଡ଼ ' ଆପ ସ୍ମାର୍ଟ ଫୋନର କାର୍ଯ୍ୟକାରିତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଉପ ଜିଲ୍ଲାପାଳ ଶିବ ଟପ୍ପୋ , ଆସିଷ୍ଟାଣ୍ଟ କଲେକ୍ଟର ରେଶମା ଟେଟେ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.