Type Here to Get Search Results !

ନଦୀକୁ ଗାଧୋଇବାକୁ ଯାଇ ବନ୍ୟାଜଳ ସ୍ରୋତରେ ଭାସିଗଲେ ମହିଳା ,


ମହାକାଳପଡ଼ା : - 

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖୁଋଷିଆ ପଞ୍ଚାୟତ ଖୁରୁଷିଆ ଗ୍ରାମର କୃଷ୍ଣ ମହାପାତ୍ରଙ୍କ ପତ୍ନୀ କୌଶଲ୍ୟା ବଡ଼ି ଭୋରରୁ ଘରପାଖ ପାଇକା ନଦୀକୁ ଗାଧୋଇବାକୁ ଯାଇ ଅନେକ ସମୟ ଧରି ଘରକୁ ଫେରି ନଥିଲେ । ଘରଲୋକ ଖୋଜା ଖୋଜି କରିବା ପରେ କୌଶଲ୍ୟା ସାଥିରେ ନେଇ ଥିବା ଟ୍ଟର୍ଚ ,ହାତବାଡି ଓ ଚପଲ ପାଇକା ନଦୀ କୂଳରେ ପଡିଥିବାର ଦେଖିବାକୁ ପାଇଥିଲେ ।  ଗାଧୋଉଥିବା ବେଳେ ଗୋଡ଼ ଖସି ଯାଇ ନଦୀର ବନ୍ୟା ଜଳ ସ୍ରୋତରେ ଭାଷୀ ଯାଇଥିବା ନେଇ ସନ୍ଦେହ ଉପୁଜି ଥିଲା । କୌଶଲ୍ୟାଙ୍କ ନିଖୋଜ ନେଇ ପରିବାର ତରଫରୁ ମାର୍ଶାଘାଇ ଥାନାରେ ଅଭିଯୋଗ କରିବା ସହିତ ମହାକାଳପଡ଼ା ତହସିଲଦାରଙ୍କୁ ଜଣାଇ ଥିଲେ । କିଛି ସମୟ ପରେ ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପାଇକା ନଦୀରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମଧ୍ୟମ ଧରଣର ବନ୍ୟା ହେତୁ ନଦୀର ପ୍ରଖର ସ୍ରୋତ ଯୋଗୁ ଉଦ୍ଧାର କାର୍ଯ୍ୟ ରେ ବାଧା ସୃଷ୍ଟି ହୋଇଥିଲା । ଆଜି ସକାଳୁ ନଦୀକୂଳରେ କୌଶଲ୍ୟା ର ଶବ ଭାସୁଥିବାର ଦେଖି ଗାଆଁ ଲୋକ କୌଶଲ୍ୟାଙ୍କ ପରିବାରଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଶବକୁ ନଦୀରୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବାର ଜଣା ପଡିଛି ।

କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.