ଧାମନଗର :-
ଭଦ୍ରକ ଜିଲ୍ଲା ଧମାନଗର ବ୍ଲକ କଲ୍ୟାଣି ପଞ୍ଚାୟତ" କଲ୍ୟାଣୀ ନଗରୀ" ସ୍ଥିତ ଦୁର୍ଗା ମଣ୍ଡପ ଠାରେ ପୁଣ୍ୟା ଆତ୍ମା "ଦିନଦୟାଲ ଉପଧ୍ୟାୟଙ୍କ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ସଭାରେ "ଭାରତୀୟ ଜନତା ପାର୍ଟି ର ଗ୍ରାମୀଣ ମଣ୍ଡଳୀ ସଭାପତି ଦୀପ୍ତି ରଞ୍ଜନ ଜେନା(ଆଇନ ଜୀବି), ଓ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା " ଅଶୋକ କୁମାର ପୁହାଣ" ଙ୍କ ନେତୃତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା. ପଣ୍ଡିତ ଦିନଦୟାଲ ଉପାଧ୍ୟୟ ଏକ ଧାରାରେ ଜଣେ ସୃଜନଶୀଳ ଲେଖକ ପ୍ରବୀଣ ସାମ୍ବାଦିକ ସମାଜ ସେବକ ଦେଶ ପ୍ରାଣ ରାଷ୍ଟ୍ର ବାଦୀ ନିତିଜ୍ଞ ଦୁରଦୃଷ୍ଟି ସମ୍ପନ୍ନ ଓ ଅର୍ଥନୀତି ବିଶେଷଜ୍ଞ ଥିଲେ.ଡିସେମ୍ବର ୧୯୬୭ମସିହାରେ ଭାରତୀୟ ଜନସଙ୍ଘ ସଭାପତି ଥିଲେ.ସେ ଅଟଳବିହାରୀ ବାଚପେଇଙ୍କ "କାଳରେ ଏକାତ୍ମ ମାନବ ଦର୍ଶନର ପ୍ରୟୋଗତ୍ମକ ପରୀକ୍ଷଣ ଆରମ୍ଭ ଓ ଅନ୍ତୋଦୟ ଯୋଜନା କିଭଳି ଭାରତବର୍ଷର ସର୍ବ ବ୍ୟାପକ ଭାବେ ଓ ଅନ୍ତିମ ଧାଡିରେ ଥିବା ସମସ୍ତ ବ୍ୟକ୍ତି ତାର ସୁଫଳ ପାଇପାରିବେ ଏହା ତାଙ୍କର ମାନବବାଦର ପରିଚୟ ଦେଇଥିଲେ. ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ୨୦୧୪ ରେ ଦିନଦୟାଲ ଉପଧ୍ୟାୟଙ୍କ ଆଦର୍ଶକୁ ପାଥେୟ କରି ବିଭିନ୍ନ ଯୋଜନା କରିଛନ୍ତି. ଏହି ସଭାରେ ଉପସ୍ଥିତ ଥିବା ଶ୍ରୀକାନ୍ତ ନାୟକ,ଅମର ବେହେରା, ପ୍ରିତମ ଦାସ,ବସନ୍ତ ନାୟକ,ରଞ୍ଜି ମହାନ୍ତି,ଅନନ୍ତ ବେହେରା, ପିଣ୍ଟୁ ବେହେରା, ପାଣ୍ଡବ ଦତ୍ତ, ସୁର ଦାସ,ପ୍ରଶାନ୍ତ ଜେନା,ହୃଦାନନ୍ଦ ନାୟକ,ବିଜୟ ପାଢ଼ୀ,ଟୁଟୁ ପାଢ଼ୀ. ଟୁଟୁ ବେହେରା ପ୍ରମୁଖ ରହି ପୁଣ୍ୟାତ୍ମା ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

